ମେସିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ; ମମତା ବାନାର୍ଜୀଙ୍କ ଘନିଷ୍ଠ ମନ୍ତ୍ରୀ ଦେଲେ ଇସ୍ତଫା

NEWS7
farmers-have-made-friends-with-bees

ନୂଆଦିଲ୍ଲୀ: ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ପରେ ପଶ୍ଚିମବଙ୍ଗ ଖେଳ ମନ୍ତ୍ରୀ ଅରୁପ ବିଶ୍ୱାସ ଇସ୍ତଫା ଦେଇଛନ୍ତି । ଶାସକ ଟିଏମସିର ବରିଷ୍ଠ ନେତା କୁଣାଳ ଘୋଷଙ୍କ ଅନୁସାରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଖେଳ ମନ୍ତ୍ରଣାଳୟ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ବିଶ୍ୱାସ ରାଜ୍ୟ ସରକାରଙ୍କ ଦ୍ୱାରା ସଲ୍ଟ ଲେକ୍ ଷ୍ଟାଡିୟମରେ ଲିଓନେଲ୍ ମେସିଙ୍କ GOAT ଟୁର୍ କାର୍ଯ୍ୟକ୍ରମ ବେଳେ ହୋଇଥିବା ଅରାଜକତାର ତଦନ୍ତ ନିର୍ଦ୍ଦେଶ ପରେ ଇସ୍ତଫ ହେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିଲା ଚିଠିରେ ବିଶ୍ୱାସ କହିଛନ୍ତି, ସେ ଏହି ଘଟଣାର ମୁକ୍ତ ଓ ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ନିଜ ପଦ ଛାଡୁଛନ୍ତି । ମେସି କାର୍ଯ୍ୟକ୍ରମରେ ବିଭ୍ରାଟ ଯୋଗୁ ମନ୍ତ୍ରୀଙ୍କୁ ବହୁ ସମାଲୋଚନା ସହିବାକୁ ପଡ଼ିଥିଲା ।

ଉଲ୍ଲଖଯୋଗ୍ୟ ଯେ ଡିସେମ୍ବର ୧୩ରେ ମେସି କୋଲକାତାରେ ପହଞ୍ଚିବା ପରେ ସଲ୍ଟ ଲେକ୍ ଷ୍ଟାଡିୟମରେ ହଜାର ହଜାର ପ୍ରଶଂସକ ତାଙ୍କୁ ଦେଖିବା ପାଇଁ ଏକାଠି ହୋଇଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ଏହା ଏକ ଲଜ୍ଜାଜନକ ଘଟଣାରେ ପରିଣତ ହୋଇଥିଲା । ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗାଯାଇଥିଲା । ବିଶୃଙ୍ଖଳା ଚରମରେ ପହଞ୍ଚିଥିଲା ।

ମମତାଙ୍କ ସବୁଠୁ ବିଶ୍ୱସ୍ତ ସହଯୋଗୀଙ୍କ ମଧ୍ୟରୁ ଜଣେ ଥିବା ବିଶ୍ୱାସଙ୍କ ଇସ୍ତଫା ସ୍ପଷ୍ଟ କରୁଛି ଯେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଟି କୌଣସି ବିବାଦରେ ଫସିବାକୁ ଚାହୁଁନାହିଁ । ଉଲ୍ଲେଖଯୋଗ୍ୟ ଯେ ସଲ୍ଟ ଚେକ୍ ଷ୍ଟାଡିୟମରେ କିମ୍ୱଦନ୍ତୀ ଫୁଟବଲର୍ ଲିଓନେଲ୍ ମେସିଙ୍କ କାର୍ଯ୍ୟରେ ଅରାଜକତା ହୋଇଥିଲା । ପୂରା ଷ୍ଟାଡିୟମ ରଣକ୍ଷେତ୍ର ପାଲଟି ଯାଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଚାରି ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରାଯାଇଥିଲା ।   

ଏହି ସମିତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଥିଲା । ସମିତିର ଅଧ୍ୟକ୍ଷତା ନ୍ୟାୟମୂର୍ତ୍ତି ରୟ କରୁଛନ୍ତି ଓ ଏଥିରେ ମୁଖ୍ୟ ସଚିବ ମନୋଜ ପନ୍ତ କଥା ଗୃହ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ ସଦସ୍ୟ ଅଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ରିପୋର୍ଟ ଏସଓପି ଉଲ୍ଲଂଘନ, ମୁଖ୍ୟତଃ ଷ୍ଟାଡିୟମ ଭିତରକୁ ପାଣି ବୋତଲ ନେଇ ଯିବା ନିୟମ ଉପରେ ଗମ୍ଭୀର ପ୍ରଶ୍ନ ଉଠାଯାଇଛି । ସମିତିର ସଦସ୍ୟ କହିଛନ୍ତି, ବର୍ତ୍ତମାନର ନିୟମର ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପାଣି ବୋତଲ ନେଇ ଯିବାର ଅନୁମତି ନାହିଁ । ତଥାପି, ଷ୍ଟାଡିୟମ ଭିତରେ ପାଣି ବୋତଲ କିପରି ଉପଲବ୍ଧ ଥିଲା ? ରିପୋର୍ଟ ସୋମବାର ରାତିରେ ହସ୍ତାନ୍ତର କରାଯାଇଥିଲା ।