Live Live
LIVE

ଉତ୍କଳ ବାଳାଶ୍ରମରୁ ୨ ନାବାଳିକା ଫେରାର, ଆଶ୍ରମକୁ ଆସିବାର ଗୋଟିଏ ଦିନ ପରେ ମାରିଲେ ଚମ୍ପଟ

NEWS7
farmer-protest-over-rabi-crop-mandi-close-in-jaypore

ବ୍ରହ୍ମପୁର ୦୭।୦୩ : ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ୨ ନାବାଳିକା ଫେରାର । ବାଳାଶ୍ରମକୁ ଆସିବାର ଗୋଟିଏ ଦିନରେ ହିଁ ୨ ଜଣ ଫେରାର ହୋଇଯାଇଛନ୍ତି । ୪ ଦିନ ପୂର୍ବେ ପିଭିଏନ ରାଓ ପେଟ୍ରୋଲ ପମ୍ପ ଛକରେ ଭିକ୍ଷାବୃତ୍ତି କରୁଥିବା ବେଳେ ଟାଉନ ଥାନା ପୋଲିସ ୨ ନାବାଳିକା ସମେତ ମୋଟ ୯ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା । ୯ ଜଣଙ୍କ ମଧ୍ୟରୁ ଶିଶୁମଙ୍ଗଳ କମିଟି ନିର୍ଦ୍ଦେଶରେ ୭ ଜଣ ନାବାଳକଙ୍କୁ ସୁଧାର ଗୃହରେ ରଖାଯାଇଥିବା ବେଳେ ୨ ନାବାଳିକାଙ୍କୁ ବାଳାଶ୍ରମରେ ରଖା ଯାଇଥିଲା। ନାବାଳକ ଓ ନାବାଳିକାଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରି ରାକେଟ ଚଳାଇଥିବା ୫ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ବାଳାଶ୍ରମରେ ରହିବାର ଗୋଟିଏ ଦିନ ପରେ ୨ ନାବାଳିକା ବାଳାଶ୍ରମର କାନ୍ଥ ଡେଇଁ ଚମ୍ପଟ ମାରିଛନ୍ତି ।