ଅଳିଆ ଉଠାଇବା ପାଇଁ ଏବେ ରାଜଧାନୀବାସୀ ଗଣିବେ ଟଙ୍କା, ୟୁଜର ଫି ତାଲିକା ଜାରି କଲା BMC

NEWS7
famous-farmer-of-world-record-holder-buffalo-saraswati-sold-out

ଭୁବନେଶ୍ଵର: ଅଳିଆ ଉଠାଇବା ପାଇଁ ଏବେ ରାଜଧାନୀବାସୀଙ୍କୁ ଦେବାକୁ ପଡ଼ିବ ଟଙ୍କା। ସେଥିପାଇଁ ୟୁଜର ଫି ବ୍ୟବସ୍ଥା କରିଛି ଭୁବନେଶ୍ଵର ମହାନଗର ନିଗମ କର୍ତ୍ତୃପକ୍ଷ। ଏନେଇ ମାସିକ ୟୁଜର ଫି ତାଲିକା ପ୍ରକାଶ କଲା ବିଏମସି। ଏହା ଜରିଆରେ ବିଏମସି ବର୍ଷକୁ ୧୦ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଛି। ଏ ନେଇ ବିଏମସି ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶିତ ଫି ତାଲିକା ଅନୁଯାୟୀ, EWS LIG ଘର ୮୦୦ ବର୍ଗଫୁଟ ପାଇଁ ଅଳିଆ ଉଠା ବାବଦରେ ମାସକୁ ୫୦ ଟଙ୍କା ଦେବାକୁ ପଡ଼ିବ। MIG ଘର ୮୦୦ ରୁ ୧୨୦୦ ବର୍ଗ ଫୁଟ ପାଇ ମାସିକ ୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ବଡ଼ଘର, ହୋଟେଲ, ସପିଂ ମଲ,କ୍ୟାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ଼ କିଚିନ, ଗୋଦାମ, ରୋଡ଼ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ଆଦାୟ ହେବ ୟୁଜର ଫି।

ଭୁବନେଶ୍ଵରବାସୀଙ୍କ ପାଖରେ ସବୁ ସେବା ପହଞ୍ଚାଇବା ପାଇଁ ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି ଲାଗୁ କରିବ ବିଏମସି। ୨୦୧୮ ବାଇ ଲ ଅନୁସାରେ ଫି ଆଦାୟ କରିବ ବିଏମସି। ସଫା ଆପ ମାଧ୍ୟମରେ ସମସ୍ତ ତଥ୍ୟ ବିଷୟରେ ଜାଣିପାରିବେ ରାଜଧାନୀ ବାସୀ। ଆବାସିକ ଘର ,ଦୋକାନ, ହୋଟେଲ, ଏବଂ ଅନୁଷ୍ଠାନ ପାଇଁ ଏହି ସ୍ଵତନ୍ତ୍ର ୟୁଜର ଫି ଧାର୍ଯ୍ୟ କରାଯାଇଛି।