କୋର୍ଟଙ୍କ ନୋଟିସ୍ ପାଇଲେ ପୀୟୂଷ, ଆଉ ମଞ୍ଚରେ ଚଢ଼ି ପାରିବେନି ଅଭିନେତା !

NEWS7
family-oppose-live-in-relation-of-two-lesbian

ଭୁବନେଶ୍ବର: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଆଉ ମଞ୍ଚରେ ଛଢ଼ିପାରିବେ ନାହିଁ ପୀୟୂଷ । କୋର୍ଟଙ୍କ ନୋଟିସ ପରେ ଏହି ଚର୍ଚ୍ଚା ହୋଇଥିଲା। କିନ୍ତୁ ଅଭିନେତା କହିଥିଲେ କୋର୍ଟଙ୍କ ନୋଟିସ ତାଙ୍କୁ ମିଳି ନାହିଁ । ଆଉ ସେ ଗୁରୁବାର କଟକ ଟାଙ୍ଗୀରେ ମଞ୍ଚରେ ଚଢ଼ି ଅଭିନୟ ବି କରିଥିଲେ ।

ଏବେ ପୀୟୂଷଙ୍କ ପାଇଁ ଦୁଃଖ ଖବର ଆସିଛି । ତାଙ୍କୁ ମିଳିଛି କୋର୍ଟଙ୍କ ନୋଟିସ୍ । କୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା କରିବେ ନାହିଁ ବୋଲି ସେ କହିଥିଲେ । ଏବେ ସେ କୋର୍ଟଙ୍କ ନୋଟିସ୍ ପାଇଥିବା ବେଳେ ଅଭିନୟ କରିବେ କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ । ଯାତ୍ରା ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ରେ ପୀୟୂଷ ଅଭିନୟ କରୁଛନ୍ତି । ଏହି ନାଟକଟି ଖୁବ ଲୋକପ୍ରିୟତା ପାଇଥିବା ବେଳେ ପୀୟୂଷଙ୍କ ଅଭିନୟକୁ ନେଇ ସସପେନ୍ସ ବଢ଼ିଛି ।

ସୂର୍ଯ୍ୟମନ୍ଦିର ମାଲିକ ତାଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ କରିଥିବା ନେଇ ପୀୟୂଷ ତ୍ରୀପାଠୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ପ୍ରାୟ ଗୋଟିଏ ବର୍ଷ ବିରତୀ ନେଇ ୨୦୨୬ ଜାନୁଆରୀରେ ଯାତ୍ରା ରାଣୀ ସଂହବାହିନୀ ପାର୍ଟି ମାଧ୍ୟମରେ ମଞ୍ଚକୁ ଫେରିଥିଲେ ହାଇଦର ଷ୍ଟାର ପୀୟୂଷ । ହେଲେ ଏବେ ତାଙ୍କ ଆଗରେ ଆଉ ଏକ ଚ୍ୟାଲେଞ୍ଜ ଆସିଛି ।

ମାମଲା କୋର୍ଟରେ ଥିବା ବେଳେ, ତାଙ୍କୁ ଏବେ ନୋଟିସ୍ ମଧ୍ୟ ମିଳିସାରିଛି । ଯଦି ପୀୟୂଷ ଅଭିନୟ ନକରନ୍ତି ତେବେ ସଂହବାହିନୀ କ୍ଷତି ସହିବାର ମଧ୍ୟ ଆଶଙ୍କା ରହିଛି । କୋର୍ଟରେ ଜାନୁଆରୀ ୧୨ରେ ଆଗାମୀ ଶୁଣାଣି ହେବାକୁ ଥିବା ବେଳେ, ପୀୟୂଷ ତ୍ରିପାଠୀ ଅଭିନୟ ଜାରି ରଖିବେ ନା ସ୍ଥିତି କିଛି ଅଲଗା ହେବ ତାହା ସ୍ପଷ୍ଟ ହେବ ।