LIVE TV

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରତିକ୍ରିୟା, କହିଲେ- ଆବଶ୍ୟକ ହେଲେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ପ୍ରସ୍ତୁତ

NEWS7
family-of-dead-labor-protest-in-front-of-smelter-plant-in-angul

କଟକ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକରେ ଆୟୋଜିତ ଡଃ ହରେକୃଷ୍ଣ ମହତାବ ଜୟନ୍ତୀରେ ଯୋଗ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ପ୍ରସଙ୍ଗରେ ଅଭିମାନ ନୁହେଁ, ସହମତି ଅବଶ୍ୟକ। ତେବେ ଯାଇ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ‘‘ଏହି ପ୍ରସଙ୍ଗରେ ରାଜନୈତିକ ମତଭେଦରୁ ଉର୍ଦ୍ଧ୍ବକୁ ଯାଇ ସ୍ୱର ଏକ କରିବାକୁ ହେବ। ଯଦି ଓଡ଼ିଶାରେ ରାଜନୈତିକ ସହମତି ପ୍ରକାଶ ପାଇବ, ତେବେ ଆବଶ୍ୟକ ହେଲେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ପ୍ରସ୍ତୁତ।’’

ସୂଚନାଥାଉକି, ଏହା ପୂର୍ବରୁ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କୁ ଚିଠି ଲେଖିଥିଲେ। ଯାହାର ଉତ୍ତରରେ ମହାନଦୀ ଜଳ ବିବାଦ ସମ୍ପର୍କରେ ଆପୋଷ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଜଣାଇଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ।