'ସାର୍ ମୋତେ ୧୦ ମିନିଟ୍ ଦିଅନ୍ତୁ...'ସୁପ୍ରିମକୋର୍ଟରେ ଗୁହାରି କଲେ ନିଟ୍ ଆଶାୟୀ, ନ୍ୟାୟ ଦେଲେ ସର୍ବୋଚ୍ଚ ଅଦାଲତ

NEWS7
family-members-took-healp-of-black-megician-to-alive-a-2year-dead-child-in-malkangiri-of-odisha-failed

ଭୋପାଳ, ୧୭/୦୨ : ସରିବାକୁ ଆସୁଥିଲା ସୁପ୍ରମକୋର୍ଟରେ ଶୁଣାଣି । ହଠାତ କୋର୍ଟଙ୍କୁ ୧୦ ମିନିଟର ସମୟ ମାଗିଲେ ୧୯ ବର୍ଷର ଛାତ୍ର । ଏହି ଛାତ୍ରଜଣଙ୍କ କୌଣସି ଓକିଲ ନଥିଲେ । ବରଂ ସେ ଥିଲେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ତାଙ୍କ ମନରେ ଡାକ୍ତର ହେବାର ଆଶା ଥିଲା । କିଛି ମିନିଟରେ ବଦଳି ଗଲା କେସ୍ । ତୁରନ୍ତ ମେଡିକାଲ କଲେଜରେ ଆଡମିଶନ ପାଇଁ ମଧ୍ୟପ୍ରଦେଶ ସରକାର ଏବଂ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ ।

ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶର ଜବଲପୁରରେ ରୁହନ୍ତି ଅଥର୍ବ ଚତୁର୍ବେଦୀ । ସେ ଦ୍ୱାଦଶ ପାସ୍ କରି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ୫୩୦ ନମ୍ବର ରଖିଥିଲେ । ଏହା ସତ୍ତ୍ୱେ ରାଜ୍ୟ ସରକାରଙ୍କ ତରଫରୁ ଘରୋଇ ମେଡିକାଲ କଲେଜରେ ଇଡବ୍ଲୁଏସ ବା ସାଧାରଣ ଗରିବ ବର୍ଗଙ୍କୁ ସଂରକ୍ଷଣ ନଥିବାରୁ ସେ ଆଡମିଶନ୍ କରିପାରିନଥିଲେ ।

ଅଥର୍ବ ଏହି ମାମଲା ସୁପ୍ରିମକୋର୍ଟରେ ଉଠାଇଥିଲେ । ଏହାସହ କୋର୍ଟରେ ଆବେଦନ କରିଥିଲେ । ମାମଲାରେ ସେ ଅନଲାଇନରେ ହାଜର ହୋଇଥିଲେ ଏବଂ ବିନା କୌଣସି ଓକିଲରେ ନିଜର ପକ୍ଷ ରଖିଥିଲେ । ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ତାଙ୍କୁ ନିଜେ ଯୁକ୍ତି ରଖିବେ କି ବୋଲି ପଚାରିଥିଲେ । ଏଥିରେ ଅଥର୍ବ ହଁ କହିଥିଲେ ।

ମୋତେ ମାତ୍ର ୧୦ ମିନିଟ୍ ଦିଅନ୍ତୁ । ଏହି ବାକ୍ୟ କହି ନିଜର ପକ୍ଷ ରଖିବା ଆରମ୍ଭ କରିଥିଲେ ଅଥର୍ବ । ସେ ଯୁକ୍ତି ରଖିଥିଲେ ଯେ, ସମ୍ବିଧାନ ଅନୁସାରେ ଆର୍ଥିକ ଗରିବ ଶ୍ରେଣୀରେ ସାଧାରଣ ବର୍ଗଙ୍କୁ ସୁଯୋଗ ଦେବା ପାଇଁ ସ୍ୱୀକୃତି ଦେଇଛି । ଏହାସହ ସେ ସୁପ୍ରିମକୋର୍ଟଙ୍କ ପୂର୍ବ ମାମଲା ଏବଂ ନିଷ୍ପତ୍ତିର ମଧ୍ୟ ଉଦାହରଣ ଦେଇଥିଲେ ।

ସବୁ ଶୁଣିବା ପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଛାତ୍ର ଯେଉଁ ଘରୋଇ ମେଡିକାଲ କଲେଜ କଥା କହୁଛନ୍ତି ତାଙ୍କୁ ସୁପ୍ରିମକୋର୍ଟଙ୍କ ସମ୍ମୁଖକୁ ଅଣାଯାଉ । ଏହାପରେ ସରକାରୀ ଓକିଲ ରାଜ୍ୟ ସରକାର ନୀତି ନିୟମ ଏବଂ ମାର୍ଗଦର୍ଶିକା ପ୍ରସ୍ତୁତି ପାଇଁ ଲାଗିଥିବା ପ୍ରକାଶ କରିଥିଲେ । ,ଏଥିରେ କୋର୍ଟ ହସ୍ତକ୍ଷେପ କରିବା ସହ ପିଲାର ଭବିଷ୍ୟତ ବରବାଦ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟ କହିଛନ୍ତି ଯେ, ନୀତି ନିୟମ ପାଇଁ ଯୋଗ୍ୟ ପ୍ରାର୍ଥୀ ସେମାନଙ୍କ ହକ୍ ରୁ ବଞ୍ଚିତ ହେବା ଅନୁଚିତ । ରାଜ୍ୟ ସରକାର ଘେରାଇ କଲେଜରେ ଇଡବ୍ଲୁଏସ ଲାଗୁ କରୁ ନାହାଁନ୍ତି ତେଣୁ ଆଡମିଶନ ହୋଇପାରିବ ନାହିଁ । ଏହି କଥା ଆଧାରରେ ଛାତ୍ରଙ୍କୁ ଆଡମିଶନ କରିବାକୁ ମନା କରିହେବ ନାହିଁ । ଏହାପରେ କୋର୍ଟ ଛାତ୍ରଙ୍କୁ ଫି ଭରିବା ସର୍ତ୍ତରେ ଅସ୍ଥାୟୀ ଆଡମିସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୭ ଦିନ ଭିତରେ ସରକାରଙ୍କୁ ଆବେଦନକାରୀ ଛାତ୍ରଙ୍କୁ କଲେଜ ଚୟନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମେ ଛାଚ୍ର ଜଣଙ୍କ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସେଠାରେ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା ।