ରୋଚକ ହେବ ବାଙ୍ଗିରିପୋଷି ଆସନ, ମୈଦାନରେ ଲଢିବେ ନଣନ୍ଦ-ଭାଉଜ

Published By : Prameya-News7 Bureau | April 23, 2024 IST

ବାରିପଦା ୨୩/୦୪: ବାଙ୍ଗିରିପୋଷି ଆସନରେ ରୋଚକ ହେବ ନଣନ୍ଦ-ଭାଉଜ ଲଢ଼େଇ । ପୁଣି ଦୁଇ ସଂପର୍କୀୟ ପରିବାର ମଧ୍ୟରେ ଲଢ଼େଇ ହେବ। ୨୦୧୯ରେ ଏଠାରେ ଦାଦା-ପୁତୁରା ଲଢ଼େଇ ଦେଖିବାକୁ ମିଳିଥିଲା । 

ବିଜେପିରୁ ପ୍ରାର୍ଥୀ ହୋଇଥିବା ଦାଦା ସୁଗଦା ମୁର୍ମୁଙ୍କ ବିରୋଧରେ ବିଜେଡିର ପ୍ରାର୍ଥୀ ହୋଇଥିଲେ ପୁତୁରା ସୁଦାମ ମାର୍ଣ୍ଡି । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ବି ୬ ହଜାରରୁ ଅଧିକ ଭୋଟ୍ ରେ ବାଜି ମାରି ନେଇଥିଲେ ସୁଦାମ । ଆଉ ଏଥର ସୁଗଦାମଙ୍କ ଝିଅ ସଞ୍ଜଲି ମୁର୍ମୁ ଏବଂ ସୁଦାମଙ୍କ ପତ୍ନୀ ରଞ୍ଜିତାଙ୍କୁ ମଇଦାନରେ ଦେଖିବାକୁ ମିଳିବ । ସମ୍ପର୍କରେ ସଞ୍ଜଲିଙ୍କ ଭାଉଜ ହେବେ ରଞ୍ଜିତା । ନଣନ୍ଦ-ଭାଉଜ ଉଭୟ ରାଜନୀତିରେ ନୂଆ । 

ଉଚ୍ଚଶିକ୍ଷତା ଓ ଯୁବ ଆଦିବାସୀ ଚେହେରା ଭାବେ ସଞ୍ଜଲିଙ୍କୁ ବିଜେପି ଭରସା କରିଥିବା ବେଳେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ରଞ୍ଜିତା ସ୍ବାମୀଙ୍କ ଲୋକପ୍ରିୟତାକୁ ଭରସା କରିଛନ୍ତି । ଅନ୍ୟପଟେ ଉଭୟ ବିଜେଡି ଓ ବିଜେପି ପରିବାରବାଦ ରାଜନୀତି କରୁଥିବାରୁ ଏହାକୁ ନିର୍ବାଚନୀ ମୁଦ୍ଦା ବନାଯିବ ବୋଲି କହିଛି ଜେଏମ୍ ଏମ୍ ଓ କଂଗ୍ରେସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.