ଯେଉଁ ଟ୍ରମ୍ପ ଏତେ ଦାଉ ସାଧୁଛନ୍ତି, ସେହି ଟ୍ରମ୍ପଙ୍କ ନାଁରେ ରାସ୍ତାର ନାମକରଣ କରିବ ଭାରତ!

NEWS7
family-calls-sorcerer-to-treat-women-in-angul

ହାଇଦ୍ରାବାଦଡୋନାଲ୍ଡ ଟ୍ରମ୍ପ ଯେବେଠାରୁ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେଲେଣି ସେବେଠାରୁ ଭାରତ ଉପରେ ଚାପ ପକାଇ ଆସୁଛନ୍ତି। ରାଗ ସୁଝାଇବାକୁ ଯାଇ ଅନ୍ୟ ଦେଶ ଅପେକ୍ଷା ଭାରତ ଉପରେ ଲଗାଇଛନ୍ତି ଅଧିକ ଟାରିଫ। ତଥାପି ଭାରତ ସରକାର ଆମେରିକା ବିରୁଦ୍ଧରେ ନା କୌଣସି କଡ଼ା ମନ୍ତବ୍ୟ ଦେଉଛନ୍ତି ନା ଟାରିଫରେ ପ୍ରତି ଜବାବ ଦେଉଛନ୍ତି। ହେଇପାରେ ଭାରତର ଭଳି ଏକ ବିକାଶଶୀଳ ରାଷ୍ଟ୍ର ପାଇଁ ଏହା ଏକ ରଣନୀତି। କାରଣ ଆମେରିକା ସୁପର ପାୱାର। ଆଉ ବର୍ତ୍ତମାନ ଭାରତ ନିଜକୁ ଶକ୍ତିକାଳୀ କରିବାକୁ ଚେଷ୍ଟା କରୁଛି। ତେଣୁ ଆମେରିକା ସହ ଯୁଝିବା ବୁଦ୍ଧିମାନର କଥା ହେବନି। ତଥାପି ଟ୍ରମ୍ପଙ୍କ ନାଁରେ ଭାରତରେ ଏକ ରାସ୍ତାର ନାମକରଣ କରିବା ଟିକେ ଆଶ୍ଚର୍ଯ୍ୟଜନକ ଲାଗୁନି କି ?

ତେଲେଙ୍ଗାନା ସରକାର ଏହି ନାମକରଣ କରିବାକୁ ଯାଉଛନ୍ତି। ରାଜ୍ୟରେ ଥିବା ଆମେରିକୀୟ କନସୁଲେଟ୍ ଜେନେରାଲର ରାସ୍ତାକୁ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରେବନ୍ତ ରେଡୀଙ୍କ  ସରକାର। ହାଇଦ୍ରାବାଦରେ ଥିବା ୟୁନାଇଟେଡ୍ ଷ୍ଟେଟ୍ସ କନସୁଲେଟ୍ ଜେନେରାଲ୍ ନିକଟରେ ଥିବା ହାଇ-ପ୍ରୋଫାଇଲ୍ ରାସ୍ତାକୁ ଏବେ ଡୋନାଲ୍ଡ ଟ୍ରମ୍ପ୍ ଆଭେନ୍ୟୁ ବୋଲି କୁହାଯିବ।

ଏନେଇ ତେଲେଙ୍ଗାନା ସରକାର ପ୍ରଥମେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଏବଂ ଆମେରିକୀୟ ଦୂତାବାସକୁ ଚିଠି ଲେଖି ଯୋଜନା ବିଷୟରେ ଅବଗତ କରିବେ। ତା ପରେ ପ୍ରକ୍ରିୟା ଅନୁସାରେ ଏସବୁ କାମ ହେବ। ଚଳିତ ବର୍ଷ ପ୍ରାରମ୍ଭରେ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦିଲ୍ଲୀରେ ବାର୍ଷିକ ଆମେରିକା-ଭାରତ ରଣନୈତିକ ସହଭାଗୀତା ମଞ୍ଚ (USISPF) ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ, ପ୍ରମୁଖ ବିଶ୍ୱସ୍ତରୀୟ କର୍ପୋରେସନମାନଙ୍କ ନାଁରେ ହାଇଦ୍ରାବାଦର ଗୁରୁତ୍ୱପୂର୍ଣ୍ଣ ରାସ୍ତାଗୁଡ଼ିକର ନାମକରଣ କରିବାକୁ ପ୍ରସ୍ତାବ ଦେଇଥିଲେ।

ପ୍ରକୃତରେ ତେଲେଙ୍ଗାନା ସରକାର ରାଜ୍ୟର ଅନେକ ରାସ୍ତାର ନାମକରଣ ଏବଂ ପୁନଃନାମକରଣ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ସଂସ୍ଥାଙ୍କ ନାଁରେ କରିବାକୁ ଯୋଜନା ରଖିଛନ୍ତି। ରାଜ୍ୟସରକାର ଏହି ପ୍ରସ୍ତାବ ସେଇ ଯୋଜନାରେ ଏକ ଅଂଶ। ଉଦାହରଣ ସ୍ୱରୂପ, ଆଗାମୀ ଗ୍ରୀନଫିଲ୍ଡ ରେଡିଆଲ ରୋଡ ପ୍ରକଳ୍ପ, ଯାହା ସହରର ରବିରିଆଲାରେ ନେହେରୁ ଆଉଟର ରିଙ୍ଗ ରୋଡକୁ ସଂଯୋଗ କରିବ ତାକୁ ସ୍ୱର୍ଗତ ଶିଳ୍ପପତି ପଦ୍ମଶ୍ରୀ ରତନ ଟାଟାଙ୍କ ନାମରେ ନାମିତ କରାଯିବ। ସରକାର ପୂର୍ବରୁ ରବିରିଆଲାରେ ଥିବା ଇଣ୍ଟରଚେଞ୍ଜର ନାମକୁ ମଧ୍ୟ 'ଟାଟା ଇଣ୍ଟରଚେଞ୍ଜ'ରେ ପରିବର୍ତ୍ତନ କରିଥିଲେ।

କେବଳ ସେତିକି ନୁହେଁ, ଗୁଗୁଲ୍ ମ୍ୟାପ୍ସ ଏବଂ କର୍ପୋରେସନର ବିଶ୍ୱବ୍ୟାପୀ ପ୍ରଭାବ ଏବଂ ଅବଦାନକୁ ସ୍ୱୀକୃତି ଦେଇ ଏକ ପ୍ରମୁଖ ସ୍ଥାନକୁ 'ଗୁଗୁଲ୍ ଷ୍ଟ୍ରିଟ୍' ଭାବରେ ନାମିତ କରିବାକୁ ନିଷ୍ପତ୍ତି ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। କାରଣ ତେଲେଙ୍ଗାନାରେ ଆର୍ଥିକ ଜିଲ୍ଲା ଭାବେ କୁହାଯାଉଥିବା ହାଇଦ୍ରାବାଦରେ ଗୁଗଲ ସବୁଠାରୁ ଏକ ବଡ଼ କ୍ୟାମ୍ପସ ନିର୍ମାଣ କରିବାକୁ ଯାଉଛି। ଏହା ଆମେରିକା ବାହାରେ ଗୁଗୁଲ୍‌ର ସର୍ବବୃହତ କ୍ୟାମ୍ପସ୍ ହେବ। ଏହି କ୍ୟାମ୍ପସ ସହିତ ଯୋଡ଼ୁଥିବା ରାସ୍ତାକୁ ସ୍ୱୀକୃତି ଦିଆଯିବ ବୋଲି ତେଲେଙ୍ଗାନା ସରକାର ବିଚାର କରିଛନ୍ତି। ସେହିପରି ଭାରତର ୱିପ୍ରୋ କମ୍ପାନୀ ନାଁରେ ୱିପ୍ରୋ ଜଙ୍କସନ୍ ଏବଂ ଏମାଇକ୍ରୋସଫ୍ଟ ନାଁରେ ମାଇକ୍ରୋସଫ୍ଟ ରୋଡ୍ ନାମକରଣ କରି ଏହି ଦୁଇ କମ୍ପାନୀକୁ ମଧ୍ୟ ଭୌଗଳିକ ରେଖାରେ ସ୍ଥାନ ଦେବାକୁ ଚିନ୍ତା କରୁଛି।