ବାଲିଯାତ୍ରା ୨୦୨୫
LIVE TV

ପାକିସ୍ତାନକୁ ଭାରତର ଜବାବ:ନିଜ ଦେଶର କ୍ଷମତା ହରଣକୁ ଲୁଚାଇବାକୁ ଭାରତ ଉପରେ ଦୋଷ ଲଦୁଛନ୍ତି ଶେହେବାଜ ସରିଫ

NEWS7
falling-in-the-pond-husband-catches-wifes-lover-both-of-them-die

ଇସଲାମାବାଦ: ଇସଲାମାବାଦର କୋର୍ଟ ବାହାରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ପାକିସ୍ତାନର ଭାରତ ଉପରେ ଦୋଷ ଲଦିବା ପରେ ଭାରତ ଏହାର ଜବାବ ଦେଇଛି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ, ପଡ଼ୋଶୀ ଦେଶରେ ହୋଇଥିବା ଆକ୍ରମଣରେ ଆମର କୌଣସି ହାତ ନାହିଁ ବୋଲି ଭାରତ କହିଛି।

ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ଉପରେ ଦୋଷ ଲଦିବା ପରେ ବୈଦେଶିକ ମନ୍ତ୍ରଣାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଭାରତ ସମସ୍ତ ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛି। ପଡ଼ୋଶୀ ଦେଶରେ କୌଣସି ଆତଙ୍କବାଦୀ ଆକ୍ରମଣ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ନିଜ ଦେଶ ମଧ୍ୟରେ ଚାଲିଥିବା ସାମ୍ବିଧାନ ବିପରୀତ ସାମରିକ-ପ୍ରେରିତ କ୍ଷମତା-ହରଣରୁ ନିଜ ଜନତାଙ୍କ ଧ୍ୟାନ ହଟାଇବା ପାଇଁ ଭାରତ ବିରୁଦ୍ଧରେ ମିଥ୍ୟା କାହାଣୀ ରଚନା କରିବା ପାକିସ୍ତାନର ଏକ ପୁରୁଣା ରଣନୀତି ବୋଲି ଜୟସ୍ୱାଲ କହିଛନ୍ତି। ସାରା ବିଶ୍ୱ ଏ ବାସ୍ତବତା ବିଷୟରେ ଭଲଭାବରେ ଅବଗତ ଅଛି, ତେଣୁ ସେମାନେ ପାକିସ୍ତାନର ଏଭଳି ହତାଶାଜନକ ମନ୍ତ୍ରଣା ଦ୍ୱାରା ଭ୍ରମିତ ହେବ ନାହିଁ।

ଇସଲାମାବାଦ କୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ଭାରତକୁ ଦାୟୀ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଏହି ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। କେବଳ ସେତିକି ନୁହେଁ, ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ୱାନାରେ ଏକ କ୍ୟାଡେଟ କଲେଜ ଉପରେ ସୋମବାର ହୋଇଥିବା ଆକ୍ରମଣରେ ମଧ୍ୟ ସେ ଭାରତର ହାତ ଥିବା କହିଛନ୍ତି। ଆସୋସିଏଟ ପ୍ରେସର ରିପୋର୍ଟ ଅନୁସାରେ ଭାରତ ପ୍ରାୟୋଜିତ ପ୍ରକ୍ସିମାନେ ଏହି ଘଟଣା ଘଟାଇଛନ୍ତି ବୋଲି ସରିଫ କହିଛନ୍ତି। ପାକିସ୍ତାନର ସରକାରୀ ମିଡିଆ କହିଛି “ପାକିସ୍ତାନକୁ ଅସ୍ଥିର କରିବା ପାଇଁ ନିରନ୍ତର ଭାରତ ପ୍ରାୟୋଜିତ ଆତଙ୍କବାଦର ଏହା ଏକ ଉଦ୍ୟମ ଥିଲା।”ଏପିପି ରିପୋର୍ଟ ଅନୁଯାୟୀ, ସରିଫ କହିଛନ୍ତି ଯେ ଯେତେବେଳେ ଭାରତ-ସମର୍ଥିତ ଆତଙ୍କବାଦୀ ଇସଲାମାବାଦରେ ଆକ୍ରମଣ କରିଥିଲେ, ସେହି ସମୟରେ ଆଫଗାନିସ୍ତାନ ଅଞ୍ଚଳରୁ କାର୍ଯ୍ୟ କରୁଥିବା ସମାନ ନେଟୱାର୍କ ୱାନାରେ ନିରୀହ ପିଲାମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା” ଭାରତୀୟ ପୃଷ୍ଠପୋଷକତାରେ ଆଫଗାନିସ୍ତାନ ମାଟିରୁ କରାଯାଉଥିବା ଏହି ଆକ୍ରମଣ ପାଇଁ ଯେତେବନିନ୍ଦା କଲେ ବି ଯଥେଷ୍ଟ ହେବ ନାହିଁ ବୋଲି ସରିଫ କହିଛନ୍ତି।