LIVE TV

ନକଲି ଡିଜେଲ କାରଖାନା ଠାବ, ଯନ୍ତ୍ରପାତି ଜବତ ସହ ମାଷ୍ଟର ମାଇଣ୍ଡ ଗିରଫ

NEWS7

ଚଣ୍ଡିଖୋଲ, ୦୮।୦୯ : ବୈରୀ ଥାନା ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରେ ନକଲି ଡିଜେଲ କାରଖାନା ଠାବ ହୋଇଛି । ନକଲି କରିବାର ଚଳାଉଥିବା ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ପୋଲିସ୍ । ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବୁଢା କେନ୍ଦୁଆ ବଜାରରେ ଜୁମର ଖଟୁଆ ନାମକ ବ୍ୟକ୍ତି ବହୁଦିନ ଧରି ନକଲି ଡିଜେଲ ପ୍ରସ୍ତୁତ କରୁଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ଯାଜପୁର ପୋଲିସ୍‌ । ଏନେଇ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବୈରୀ ଥାନା ଅଧିକରିଣୀ ସଂଘମିତ୍ରା ନାୟକ ଓ ସ୍ପେସିଆଲ ସ୍କ୍ୱାର୍ଡର ମିଳିତ ଚଢ଼ାଉ ହୋଇଥିଲା ।

wp:html https://www.youtube.com/watch?v=JVSk6kPVAMs /wp:html

ବୁଢ଼ା କେନ୍ଦୁଆ ବଜାରରେ ଚଢ଼ାଉ କରି ଘଟଣା ସ୍ଥଳରୁ ୧୩ ଗୋଟି  ବ୍ୟାରେଲ ଜବତ କରାଯାଇଥିଲା । ପାଖାପାଖି ୨ ହଜାର ୮୦୦ ଲିଟରରୁ ଉର୍ଦ୍ଧ୍ୱ କିରୋସିନି ତେଲରୁ ପ୍ରସ୍ତୁତ କରଯାଉଥିବା ନକଲି ଡିଜେଲ ଓ କେମିକାଲ ସହ ଏଥିରେ ବ୍ୟବହୃତ ସାମଗ୍ରୀ ଗୁଡିକୁ ମଧ୍ୟ ଜବତ କରିଛି ବୈରୀ ପୋଲିସ ।   ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଦୀର୍ଘଦିନ ଧରି ବ୍ୟକ୍ତି ଜଣକ କିପରି ଏହି ନକଲି କାରବାର ଚଳାଇ ଆସୁଥିଲେ ଏବଂ ବୈରୀ ପୁଲିସ କିପରି ଜାଣିପାରିନଥିଲା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।