ଗ୍ରୀନଲ୍ୟାଣ୍ଡ ବିରୋଧରେ ଆକ୍ସନ ନେଲେ ଖସି ପାରିବେନି ଟ୍ରମ୍ପ୍ : ଏକାଠି ହେଲେ ୟୁରୋପର ୭ ଦେଶ

NEWS7
extreme-negligence-at-jharsuguda-district-general-hospital

ନ୍ୟୁୟର୍କ, ୦୬/୦୧ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ । ଭେନେଜୁଏଲାରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅପହରଣ ପରେ ସବୁ ଆଡେ ବିରୋଧ । ଆମେରିକାର ଏପରି କାର୍ଯ୍ୟକଳାପକୁ ଅନେକ ସହଯୋଗୀ ଦେଶ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଗ୍ରୀନଲ୍ୟାଣ୍ଡରେ ସମାନ ଆଟାକ୍ କରିବାକୁ ୟୁଏସ ସେନା ପ୍ରସ୍ତୁତ ହେଉଥିବା ଖବର ପରେ ଏବେ ବିବାଦ ବଢିଛି । ଅନେକ ୟୁରୋପୀୟ ଦେଶ ଟ୍ରମ୍ପଙ୍କ ଧମକକୁ ଖୋଲାଖୋଲି ବିରୋଧ କରି ମେଳି କଲେଣି ।

ଟ୍ରମ୍ପ୍ କହିଥିଲେ ଯେ, ସେ ଭେନେଜୁଏଲାରେ ଅଟକିବେ ନାହିଁ । ଆଗାମୀ ଦିନରେ କଲମ୍ବିଆ ଏବଂ ଗ୍ରୀନଲ୍ୟାଣ୍ଡ ତାଙ୍କ ଟାର୍ଗେଟରେ ରହିଛି । ଏହାକୁ ନେଇ ୟୁରୋପର ୭ଟି ଦେଶ ମିଳିତ ବୟାନ ଜାରି କରିଛନ୍ତି । ସେମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆର୍କାଟିକ ଅଞ୍ଚଳର ସୁରକ୍ଷା ୟୁରୋପର ପ୍ରାଥମିକତା ଅଟେ । ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ ଉପରେ କେବଳ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ୍ ନିଷ୍ପତ୍ତି ନେଇପାରିବେ ।

ମିଳିତ ବୟାନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍, ଜର୍ମାନୀର ଚାନ୍ସଲେର ମର୍ଜ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନି, ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟୁସ୍କ, ସ୍ପେନର ପ୍ରଧାନମନ୍ତ୍ରୀ ପାଦ୍ରୋ ସାଞ୍ଚେଜ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାରମର୍ ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀ ମେଣ୍ଟୋ ଫେଡରିକସନ୍ ଦସ୍ତଖତ କରିଛନ୍ତି ।

ବୟାନରେ କୁହାଯାଇଛି ଯେ, ମେରୁ ଅଞ୍ଚଳର ସୁରକ୍ଷା ସମସ୍ତ ଦେଶର ଦାୟିତ୍ୱ । ଏହା ଅନ୍ତରାଷ୍ଟ୍ରୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ । ନାଟୋ ପୂର୍ବରୁ ଆର୍କାଟିକ୍ ଅଞ୍ଚଳକୁ ନିଜ ପ୍ରାଥମିକତାରେ ସାମିଲ କରିଛି । ୟୁରୋପର ସହଯୋଗୀ ଦେଶ ସେଠାରେ ସାମରିକ ଗତିବିଧି ବୃଦ୍ଧି କରୁଛନ୍ତି । ଗ୍ରୀନଲ୍ୟାଣ୍ଡ୍ ଏବେ ନାଟୋର ଅଂଶ ଅଚି । ଏହାର ସୁରକ୍ଷା ଏବଂ ଅଖଣ୍ଡତା ଜରୁରୀ । ୧୯୫୧ରେ ଏହି ଅଞ୍ଚଳର ସୁରକ୍ଷା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଆମେରିକା ମଧ୍ୟ ଏଥିରେ ଭାଗିଦାରୀ ରହିଛି । କିନ୍ତୁ ବାହାର କୌଣସି ଦେଶର ଚାପରେ ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ ବୋଲି ୟୁରୋପୀୟ ଦେଶ କହିଛନ୍ତି ।