ଇରାକର ଇରାନ ସମର୍ଥିତ ସୈନ୍ୟ ଆଡ୍ଡାରେ ବିସ୍ଫୋରଣ; ୩ଜଣ ଆହତ, ଇସ୍ରାଏଲ ଉପରେ ବଢ଼ିଲା ସନ୍ଦେହ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଘୋଷଣା ହୋଇନଥିଲେ ବି ଅଘୋଷିତ ଯୁଦ୍ଧ ଚାଲିଛି । ଏହା ଭିତରେ ଇରାକରେ ଥିବା ଇରାନ ସମର୍ଥିତ ସୈନ୍ୟ ଠିକଣାରେ ବିସ୍ଫୋରଣ ହୋଇଛି । ଏକ ସାଙ୍ଗରେ ୫ଟି ସ୍ଥାନରେ ଏହି ବୋମା ବିସ୍ଫୋରଣ ହୋଇଛି । ଏଥିରେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣ ପାଇଁ କିଏ ଦାୟି ତାହାର ସୂଚନା ମିଳିନାହିଁ ।

ବାଗଦାଦ୍‌ର ଦକ୍ଷିଣ ଥିବା ବେବିଲୋନ ଗଭର୍ଣ୍ଣମେଣ୍ଟ ସୁରକ୍ଷା କମିଟି ସଦସ୍ୟ ମୁହାତ୍ରାଦ୍ ଅଲ- ଅନିଜଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣ ପପୁଲାର୍ ମୋବିଲାଇଜେସନ୍ ୟୁନିଟ୍ସ ନିକଟରେ ହୋଇଛି । ସେହିପରି ଅନ୍ୟ ଏକ ସ୍ଥାନ ବେବିଲୋନ ଗଭର୍ଣ୍ଣମେଣ୍ଟର ଉତ୍ତରରେ ଥିବା ରାଜମାର୍ଗ ଅଲ-ମଶରୌ ଜିଲ୍ଲାର କଲସୁ ସୈନ୍ୟ ଅଡ୍ଡାରେ ବୋମା ମାଡ଼ ହୋଇଛି । ବିସ୍ଫୋରଣ ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । 

ଏହି ବୋମା ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ଥିବା ଇରାନ ସନ୍ଦେହ କରିଛି । ମାତ୍ର ଇସ୍ରାଏଲ ଓ ଆମେରିକା ଅଧିକାରୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ପିଏମୟୁର ଏକ ଅର୍ଦ୍ଧସାମରିକ ବଳ ସମୂହ ଯାହାକୁ ଶିୟା ଇରାନ ସମର୍ଥନ କରୁଛି । ଏହି ସଂଗଠନ ଇରାକ୍ ରାଜନୀତିରେ ମଧ୍ୟ ଏକ ଲମ୍ବା ସମୟ ଧରି ପ୍ରାଧାନ୍ୟ ବିସ୍ତାର କରିଛି । ତେବେ ଇରାକର ପପୁଲାର୍ ମୋବିଲାଇଜେସନ୍ ୟୁନିଟ୍‌ସ ନିକଟରେ ୫ଟି ସ୍ଥାନରେ ବ୍ଲାଷ୍ଟ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.