ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ଅଣଦେଖା ଅଭିଯୋଗ କରି ଛାଡିଲେ ଦଳ

Published By : Prameya-News7 Bureau | May 03, 2024 IST

ନୟାଗଡ ୦୩/୦୫:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ଯସଭା ସାଂସଦ ତଥା ପୂର୍ବତନ ରଣପୁର ବିଧାୟକ ରବିନାରାୟଣ ମହାପାତ୍ର । ଦଳରେ କ୍ରମାଗତ ଅଣଦେଖା ପାଇଁ ଇସ୍ତଫା ଦେଇଥିବା ପ୍ରେସମିଟରେ ଦେଲେ ସୂଚନା ।

ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଚାଲିଛି ଝଟ୍‌କା । ଦଳ ଛାଡିଲେ ବିଜେଡି ଛାଡ଼ିଛନ୍ତି ପୂର୍ବତନ ରାଜ୍ଯସଭା ସାଂସଦ ।

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଥିଲେ ରଣପୁର ବିଧାୟକ । ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଥିଲେ ବିଜେଡିର ରାଜ୍ୟସଭା ସାଂସଦ । ପୂର୍ବତନ ରଣପୁର ବିଧାୟକ ରବିନାରାୟଣ ମହାପାତ୍ର । ଦଳରେ କ୍ରମାଗତ ଅଣଦେଖା ପାଇଁ  ଇସ୍ତଫା ଦେଇଥିବା ସୂଚନା । 

ଦଳରେ କ୍ରମାଗତ ଅଣଦେଖା ପାଇଁ  ଇସ୍ତଫା ଦେଇଥିବା ପ୍ରେସମିଟରେ ଦେଲେ ସୂଚନା । 

ଛାତ୍ର ଜୀବନରୁ ରାଜନୀତିକୁ ଆସିଥିବା ରବି ମହାପାତ୍ର ପ୍ରଥମେ ରଣପୁରର ସରପଞ୍ଚ ଏବଂ ପରେ ୨୦୧୨ରୁ ୨୦୧୪ ପର୍ଯନ୍ତ ରାଜ୍ଯସଭା ସାଂସଦ ରହିଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ଯନ୍ତ ସେ ରଣପୁରର ବିଧାୟକ ରହିଥିଲେ । ସେହିପରି ୨୦୦୩ ରୁ ୨୦୧୯ ପର୍ଯ୍ୟନ୍ତ ସେ ଜିଲ୍ଲା ବିଜେଡି ସଭାପତି ରହିଥିଲେ । 

ତେବେ ଗତ ନିର୍ବାଚନ ସମୟରୁ ତାଙ୍କୁ କ୍ରମାଗତଭାବେ ଦଳ ଅବହେଳା କରିଥିବା ସେ ଅଭିଯୋଗ କରିଛନ୍ତି । ଏହାସହିତ ଦଳ ପକ୍ଷରୁ ଆୟୋଜିତ ବିଭିନ୍ନ ସଭାସମିତିରେ ତାଙ୍କୁ ଡକାଯାଉନଥିବା ସେ ଅଭିଯୋଗ କରିଛନ୍ତି । ରବି ମହାପାତ୍ର ମୂଖ୍ଯମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଦେଇଥିବା ସେ କହିଛନ୍ତି । 

ତେବେ କର୍ମୀଙ୍କ ସହ ଆଲୋଚନା ପରେ ପରବର୍ତ୍ତି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ବିଜୁଜନତାଦଳ ଗଢିବାରେ ତାଙ୍କର ଅବଦାନ ରହିଥିବାରୁ ସେ ଅନ୍ଯ କୌଣସି ଦଳକୁ ଜିବେ ନାହିଁ  ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ସେ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.