ସଂରକ୍ଷିତ ଜଙ୍ଗଲରୁ ୩୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଫେରାର ମାରିଲା ମାଫିଆ

NEWS7
expert-warn-situation-in-india-will-worsen-if-lockdown-is-less-than-10-weeks

ବୌଦ୍ଧ ୮।୨: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସାଲେଇପଡ଼ା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ କଣ୍ଟାମାଳ ପୋଲିସ ପକ୍ଷରୁ ଚଢ଼ାଉ । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କଣ୍ଟାମାଳ ପୋଲିସ । ପ୍ରାୟ ୩ କ୍ଵିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ମାଫିଆ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲିଛି, ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି

ତେବେ ସଲେଇପଡା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ମାନେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ନେଇ ପ୍ରସ୍ତୁତି ହୋଇଥିବା କଣ୍ଟାମାଳ ପୋଲିସ ଖବର ପାଇଥିଲା । ଏସ୍‌ପି ରାହୁଲ ଗୋଏଲଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ଥାନା ଅଧିକାରୀ ବାସୁଦେବ ଭୋଇଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ତେବେ ଏହି ସମୟରେ ପୋଲିସକୁ ଦେଖି ମାଫିଆ ମାନେ ଫେରାର ମାରିଥିବା ବେଳେ ଉକ୍ତ ସ୍ଥାନରୁ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହାକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଓଜନ କରାଯାଇଥିବା ବେଳେ ତାହାର ଓଜନ ୩ କ୍ଵିଣ୍ଟାଲ ୨୫ କେଜି ହୋଇଥିବା ଜଣାପଡିଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।