ପୋଲିସ ଚାକିରି ପାଇଁ ୧୬୦୦ ମିଟର ଦୌଡ଼ୁଥିଲେ ଯୁବକ; ତଳେ ପଡ଼ିଗଲେ, ଚାଲିଗଲା ଜୀବନ

NEWS7
expensive-against-racial-comments-beat-up-oppressed-youth-urinate-on

ମୁମ୍ବାଇ: ପୋଲିସରେ ନିଯୁକ୍ତି ଲାଗି ଦୌଡ଼ରେ ସାମିଲ ହୋଇଥିଲେ ଆଶାୟୀ ଯୁବକ । ୧୬୦୦ ମିଟର ଦୌଡ଼ୁଥିବା ବେଳେ ତଳେ ପଡ଼ିଯାଇଥିଲେ । ଆଉ ଚାକିରି ପାଇଁ ଦୌଡ଼ୁଥିବା ଯୁବକ ଜଣଙ୍କ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମହାରାଷ୍ଟ୍ରର ବୀଡ ଜିଲ୍ଲାରେ ପୋଲିସ ନିଯୁକ୍ତି ପ୍ରକ୍ରିୟା ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ଶାରୀରିକ ପରୀକ୍ଷା ପାଇଁ ଏକ ଦୌଡ଼ରେ ଅଂଶଗ୍ରହଣ କରିଥିବା ଜଣେ ଯୁବକ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଆରେ ପଡ଼ିଯାଇଥିଲେ । ଅଧିକାରୀମାନେ ତୁରନ୍ତ ତାଙ୍କୁ ବୀଡ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ନିଯୁକ୍ତି କେନ୍ଦ୍ରରେ କିଛି ସମୟ ପାଇଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ଏହି ଦୁଃଖଦ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ। ମୃତ ଯୁବକ ପାରଳିର ବାସିନ୍ଦା ଦୀପକ ଭାସ୍କର ୱାଭାଲ । ଘଟଣା ପରେ ପୋଲିସ ପ୍ରଶାସନ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଅନ୍ୟପକ୍ଷରେ, ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ବୀଡରେ ପୋଲିସ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା। ବୁଧବାର ଶାରୀରିକ ପରୀକ୍ଷା ସମୟରେ, ଦୀପକ ଭାସ୍କର ନାମକ ଜଣେ ଯୁବକ ୧୬୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ଦୌଡ଼ୁଥିବା ସମୟରେ, ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ମୁଣ୍ଡ ବୁଲାଇବାରୁ ତଳେ ପଡ଼ି ଯାଇଥିଲେ ଦୀପକ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପରିବାରର ସାନପୁଅ ଦୀପକ ପୋଲିସ ହେବାକୁ ଖଠିନ ପରିଶ୍ରମ କରିଥିଲେ। କିନ୍ତୁ ଚାକିରି ପାଇବା ପୂର୍ବରୁ ତାଙ୍କର ଜୀବନ ଦୀପ ଲିଭିଯାଇଛି । ଦୀପକଙ୍କ ଅକାଳ ମୃତ୍ୟୁରେ ତାଙ୍କ ପରିବାର ଦଃଖରେ ଭାଙ୍ଗିପଡ଼ିଛି ।