Rahul Gandhi on US-India trade deal: ଆମ ସହ ସମକକ୍ଷ ଭଳି କଥା ହୁଅ, ଚାକର ଭଳି ନୁହେଁ: ଟ୍ରମ୍ପଙ୍କ ପାଇଁ ରାହୁଲଙ୍କ ୩ ମେସେଜ୍

NEWS7
executive-engineer-suspend-over-suktel-bridge-collapse-in-bolangir

ନୂଆଦିଲ୍ଲୀ:ଟ୍ରମ୍ପ ମୋଦୀ ସରକାରଙ୍କ ସହ ଏକ ଚାକର ଭଳି ବ୍ୟବହାର କରୁଛନ୍ତି ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ସଂସଦରେ କେନ୍ଦ୍ର ସରକାରଙ୍କୁ ମର୍ମଭେଦୀ ବାଣ ମାରି ରାହୁଲ କହିଛନ୍ତି, ଯଦି ଇଣ୍ଡିଆ ମେଣ୍ଟ ସରକାରରେ ଥାନ୍ତା, ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବାଣିଜ୍ୟ ଡିଲ୍ର ମୁଲଚାଲ ଏକ ବନ୍ଧୁ ଭଳି କରିବାକୁ କହିଥାନ୍ତା, ଏକ ଚାକର ଭଳି ନୁହେଁ ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ ଆମେରିକା ସହ ଭାରତର ବାଣିଜ୍ୟ ଡିଲ୍କୁ ସମ୍ପୂର୍ଣ୍ଣ ଏକପାଖିଆ ବୋଲି କହିଛନ୍ତି। ଏବଂ ଏହି ଡିଲ୍ ପାଇଁ ଟ୍ରମ୍ପଙ୍କୁ ସର୍ତ୍ତ ରଖିବାକୁ ସୁଯୋଗ ଦେଇଥିବାରୁ ସେ ଭାରତ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲଙ୍କ ଏଭଳି ବୟାନରେ ଶାସକପକ୍ଷ ତୀବ୍ର ବିରୋଧ କରିଥିଲା। ଏହାସତ୍ତ୍ୱେ ବି ରାହୁଲ ତାଙ୍କ କଥା ରଖିଥିଲେ।

ସେ ଟ୍ରମ୍ପଙ୍କୁ ଅବାସ୍ତବ ବୋଲି କହିବା ସହିତ ତାଙ୍କ ସହ ଡିଲ୍ କରିବା ପୂର୍ବରୁ ଏହି ୩ଟି ପଏଣ୍ଟ ଉପରେ ଧ୍ୟାନ ଦେବାର ଥିଲା ବୋଲି ରାହୁଲ କହିଛନ୍ତି। ଭାରତୀୟ ଡାଟା ସବୁଠାରୁ ବଡ଼ କଥା ଥିଲା ବୋଲି ରାହୁଲ କହିଛନ୍ତି।

ସଂସଦରେ କଣ କହିଲେ ରାହୁଲ?

ସଂସଦରେ ଭାଷଣ ରଖି ରାହୁଲ କହିଛନ୍ତି “ଯଦି ଇଣ୍ଡିଆ ମେଣ୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିଥାନ୍ତା, ତେବେ ଆମେ ପ୍ରଥମେ କହିଥାନ୍ତୁ ଯେ, ଯଦି ଆପଣ ଆପଣଙ୍କର ଡଲାରକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତେବେ ଆମକୁ ବନ୍ଧୁ ବନାଇବାକୁ ପଡ଼ିବ। ଆପଣଙ୍କ ଡଲାରକୁ ସୁରକ୍ଷା ଦେଇପାରୁଥିବା ସବୁଠାରୁ ବଡ଼ ସମ୍ପତ୍ତି ଭାରତୀୟଙ୍କ ପାଖରେ ଅଛି। ଯଦି ଆପଣ ଏହି ଡାଟା ପାଇବାକୁ ଚାହୁଁଛନ୍ତି ତେବେ ଆମ ସହ ସମକକ୍ଷ ଭଳି କଥା ହେବାକୁ ପଡ଼ିବ ଚାକର ପରି ନୁହେଁ।”

ଦ୍ୱିତୀୟତଃ ଭାରତକୁ ନିଜର ଶକ୍ତି ସୁରକ୍ଷା କରିବାର ଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଟ୍ରେଡ୍ ଡିଲ ବେଳେ ଭାରତ ଋଷ ଠାରୁ ଆଉ ତେଲ କିଣିବ ନାହିଁ ବୋଲି ଟ୍ରମ୍ପଙ୍କ ଘୋଷଣା କରିଥିଲେ। ଏହାକୁ ଉଦାହରଣ ଦେଇ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ତୃତୀୟତଃ ପଏଣ୍ଟରେ ରାହୁଲ କୃଷକଙ୍କ ସମସ୍ୟା ଉଠାଇଛନ୍ତି। ସେ କହିଛନ୍ତି “ଆମେ କହିଥାନ୍ତୁ, ରାଷ୍ଟ୍ରପତି ଆମେ ଜାଣୁ ଯେ ଆପଣଙ୍କ ପାଖରେ ଭୋଟର ବେସ୍ ରହିଛି। ଏବଂ ଆପଣଙ୍କୁ ଆପଣଙ୍କ କୃଷକଙ୍କୁ ସୁରକ୍ଷା ଦେବାକୁ ପଡ଼ିବ। ତେବେ ଆମକୁ ବି ଆଣ କୃଷକଙ୍କୁ ସୁରକ୍ଷା ଦେବାକୁ ପଡ଼ିବ। ଆମେ ପାକିସ୍ତାନ ସହିତ ସମକକ୍ଷ ହେବୁ ନାହିଁ।”