ସସପେନ୍ସ ହଟାଇଲେ ଅଭିଷେକ, ଭିଡିଓରେ କହିଲେ କେମିତି ଅଛି ସ୍ୱାସ୍ଥ୍ୟ...ଦେଲେ ନିଜର ଅପଡେଟ୍

NEWS7
ex-president-abdul-kalams-scince-adviser-joins-mnm-part-as-vice-president

ନୂଆଦିଲ୍ଲୀ, ୧୩|୦୨: ହାତରେ ମାତ୍ର ଦୁଇ ଦିନ । ସୁପର ସଣ୍ଡେରେ ସୁପର ଫାଇଟ୍ । ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ । ତେବେ ମ୍ୟାଚ୍ ପୂର୍ବରୁ ସମସ୍ତଙ୍କ ନଜର ଅଭିଷେକ ଶର୍ମାଙ୍କ ଉପରେ । ସେ ଅସୁସ୍ଥ ଥିବା ଖବର ଆସୁଛି । ତାଙ୍କୁ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନାମିବ୍ୟା ବିପକ୍ଷ ମୁକାବିଲାରେ ସେ ସ୍ଥାନ ପାଇନଥିଲେ । ପାକିସ୍ତାନ ବିପକ୍ଷରେ ଖେଳିବେ ନା ନାହି ସେନେଇ ଏବେବି ସସପେନ୍ସ ଜାରି ରହିଛି ।

ଏସବୁ ଭିତରେ ନିଜେ ମୁହଁ ଖୋଲିଛନ୍ତି ଅବିଷେକ ଶର୍ମା । ଅର୍ଶଦୀପ ସିଂଙ୍କ ଏକ ଭିଡିଓରେ ନିଜ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସେ ପ୍ରତିକ୍ରିୟା ଦେଇଛନ୍ତି । ଅର୍ଶଦୀପଙ୍କ ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିଷେକ କେବଳ ଭାତ ଏବଂ ଡାଲି ଖାଉଛନ୍ତି । ଏହାସହ ତାଙ୍କ ଶରୀରର ଓଜନ କମିଥିବା ସେ ପ୍ରକାଶ କରିଛନ୍ତି । ଏହାସହ ସେ ଭଲ ଥିବା କହୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ମେଡିକାଲରେ ହୋଇଥିଲେ ଭର୍ତ୍ତି

ରିପୋର୍ଟ ଅନୁସାରେ, ପ୍ରଥମେ ଫେବ୍ରୁଆରୀ ୬ ତାରିଖରେ ଅଭିଷେକ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ । ସେ ଏପରି କିଛି ଖାଦ୍ୟ ଗ୍ରହଣ କରିଥିଲେ ଯାହା ତାଙ୍କ ଶରୀରରେ ସଂକ୍ରମଣ କରିଛି । ଶରୀର ଅସୁସ୍ଥ ସତ୍ତ୍ୱେ ସେ ଆମେରିକା ବିପକ୍ଷରେ ମୁକାବିଲା ଖେଳିଥିଲେ । ମ୍ୟାଚ୍ ପରେ ତାଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳିନଥିଲା । ଖେଳାଳିଙ୍କ କରମର୍ଦନ ସମାରୋହରେ ମଧ୍ୟ ସେ ସାମିଲ ନଥିଲେ । କୁହାଯାଉଛି ଯେ, ପାଗ ପରିବର୍ତ୍ତନ ପାଇଁ ଅଭିଷେକଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ପରେ ତାଙ୍କ ଶରୀରରୁ ଜଳୀୟ ଅଂଶ କମିଯାଇଥିଲା । ଫଳରେ ଓଜନ ମଧ୍ୟ ହ୍ରାସ ପାଇଛି । ଏବେବି ତାଙ୍କର ଚିକିତ୍ସା ଜାରି ରହିଛି । ଡିସଚାର୍ଜ ହୋଇଥିଲେ ବି ମେଡିକାଲ୍ ଟିମ୍ ଷ୍ଟାର୍ ଓପନରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

ଷ୍ଟାଡିୟମରେ ଆସିଥିଲେ ନଜର

ଭାରତ-ନାମିବ୍ୟା ମୁକାବିଲାରେ ଅଭିଷେକ ଶର୍ମା ପ୍ଲେଇଂ ଇଲେଭେନରେ ନଥିଲେ । ତଥାପି ତାଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳିଥିଲା । ସେ ପ୍ୟାଭିଲିୟନରେ ବସିଥିଲେ । ମ୍ୟାଚ୍ ଦେଖୁଥିଲେ । ଏପରିକି ଭାରତ ଜିତିବା ପରେ ସେ ପଡିଆରେ ବୁଲିଥିଲେ । ଯାହା ଫ୍ୟାନଙ୍କୁ ଆଶ୍ୱସ୍ତି ଦେଇଛି । ସେ ସୁସ୍ଥ ହେଉଛନ୍ତି ଏବଂ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ସମସ୍ତେ ଆଶା କରୁଛନ୍ତି ।

କ’ଣ କହିଲେ ସୂର୍ଯ୍ୟ ?

ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର କହିଥିଲେ ଯେ, ଅଭିଷେକଙ୍କୁ ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ବିଶ୍ରାମ ଦରକାର । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି । ପାକିସ୍ତାନ ବିପକ୍ଷରେ ଖେଳିବାର ସମ୍ଭାବନା ମଧ୍ୟ କମ୍ ରହିଛି । ତାଙ୍କୁ ସାମିଲ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟ ଦିଗରେ ବରୁଣ ଚକ୍ରବର୍ତ୍ତୀ କହିଥିଲେ ଯେ, ସେ ଅଭିଷେକଙ୍କ ସହ କଥା ହୋଇଛନ୍ତି । ଅଭିଷେକ ଠିକ୍ ଅଛନ୍ତି । ଗୁରୁବାର ସେ ନେଟ୍ସରେ କିଛି ସମୟ ଅଭ୍ୟାସ କରିଛନ୍ତି ।