ଜାପାନର ଫ୍ୟାକ୍ଟ୍ରୀରେ ବଡ଼ ଆକ୍ରମଣ, ଛୁରୀ ମାଡ଼ରେ ୧୪ ଗୁରୁତର

NEWS7
eople-shower-flowers-at-police-vehicles-in-meerut

ନୂଆଦିଲ୍ଲୀ: ଜାପାନରେ ଏକ ଫ୍ୟାକ୍ଟ୍ରୀରେ ଶୁକ୍ରବାର ଅନେକ ବ୍ୟକ୍ତିଙ୍କୁ ଛୁରୀରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ବହୁ ଆହତ ହୋଇଛନ୍ତି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ମିସିମା ସହରରେ ସ୍ଥିତ ଏକ ରବର ଫ୍ୟାକ୍ଟ୍ରୀରେ ହୋଇଛି ।

ଜାପାନର ଏକ ମିଡିଆ ସଂସ୍ଥା ରିପୋର୍ଟ କରିଛି ଯେ ଜଣେ ବ୍ୟକ୍ତି କାରଖାନା ପରିସରରେ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ଅତି କମରେ ୧୪ ଜଣ ଆହତ ହୋଇଥିଲେ । ଆକ୍ରମଣକାରୀ ଏକ ସ୍ପ୍ରେ ଭଳି ତରଳ ପଦାର୍ଥ ମଧ୍ୟ ବ୍ୟବହାର କରିଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ଅନୁଯାୟୀ, ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣ ପରେ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାରଖାନା ପରିସରରୁ ଅଟକ ରଖାଯାଇଛି । ଆକ୍ରମଣକାରୀଙ୍କ ପରିଚୟ, ଉଦ୍ଦେଶ୍ୟ ଏବେବି ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ କାରଖାନା କର୍ମଚାରୀମାନଙ୍କୁ ପଚରାଉଚରା କରୁଛି । ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।