ଭୂମିକମ୍ପରେ ଥରିଲା ଭାରତର ୩ ରାଜ୍ୟ, ଆମେରିକା ଏବଂ ଚିଲିରେ ବି ଲାଗିଲା ଝଟକା

NEWS7
envoys-from-16-countries-visit-for-jammu-kashmir-two-day

ନୂଆଦିଲ୍ଲୀ, ୧୬ /୦୩: ବିଭିନ୍ନ ଜାଗାରେ ଭୂମିକମ୍ପ । ଥରିଲା ଭାରତର ଅନେକ ରାଜ୍ୟ । ସୋମବାର ସକାଳେ ତିନୋଟି ଜାଗାରେ ଭୂମିକମ୍ପର ଝଟକା ଲାଗିଥିବା ସୂଚନା ମିଳିଛି । ତେବେ ଏଥିରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ ସୂଚନା ମିଳିପାରିନାହିଁ ।

ରିପୋର୍ଚ ଅନୁସାରେ, ସୋମବାର ସକାଳେ ପ୍ରଥମେ ମଣିପୁରରେ ଲାଗିଥିଲା ଝଟକା । ସକାଳଟା୫୧ରେ ମଣିପୁର ଥରିଥିଲା । ଚନ୍ଦେଲ ପାଖରେ ଭୁମିକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଯାହା ମାଟି ତଳେ ୬ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା.ରେକର୍ଡ କରାଯାଇଛି ।

ମଣିପୁର ପରେ ଥରିଥିଲା ମେଘାଳୟ । ସକାଳଟାମିନିଟରେ ରାଜ୍ୟର ବିଭିନ୍ନ ଜାଗାରେ ଲୋକଙ୍କୁ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା.। ଏଠାରେ ଥିବା ଖାସି ପାହାଡର୧୦କିଲୋମିଟଟର ଭିତରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିବା ପାଣିପାଗ ବିଭାଗ କହିଛି ।

ସେହିପରି ସୋମବାର ସକାଳଟା୩୨ମିନିଟରେ ଆସାମରେ ଭୂମିକମ୍ପର ଝଟକା ଲାଗିଛି । ଯାହାର ତୀବ୍ରତା.। ଉବଲଗୁରୀର୧୦କିଲୋମିଟର ଭିତରେ ଏହାର କେନ୍ଦ୍ରସ୍ଥଳୀ ରହିଥିଲା । ତେବେ ଏହି ସବୁ ଝଟକା ସାମାନ୍ୟ ଥିଲା । ତେଣୁ କୌଣସି ବଡ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । କିନ୍ତୁ ଝଟକା ଲାଗିବା ପରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ।

ଖାଲି ଭାରତ ନୁହେଁ ଆମେରିକା ଏବଂ ଚିଲିରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଆମେରିକାର କାଲିଫର୍ଣ୍ଣିଆ ଏବଂ ଚିଲିର ମଟିଲାରେ ଝଟକା ଲାଗିଛି । ଯାହାର ତୀବ୍ରତା.ରହିଥିବା ରେକର୍ଡ କରାଯାଇଛି ।