Virosh Wedding: ଇନଷ୍ଟାରେ ଏକ ନମ୍ବର ପୋଷ୍ଟ ପାଲଟିଲା ବିଜୟ-ରଶ୍ମିକାଙ୍କ ବିବାହ ଫଟୋ, ବିରୋଶଙ୍କ ନାମରେ ବଡ଼ ରେକର୍ଡ

NEWS7
encounter-in-phulbani

ଜୟପୁର: ରଶ୍ମିକା ମନ୍ଦାନା-ବିଜୟ ଦେବରକୋଣ୍ଡାଙ୍କ ବିବାହ ଇନଷ୍ଟାଗ୍ରାମରେ ଏକ ନମ୍ବର ପୋଷ୍ଟ ହୋଇଯାଇଛି । ବିରୋଶ ଏକ ନୂତନ ବିବାହ ରେକର୍ଡ ସୃଷ୍ଟି କରିଛନ୍ତି । ୨୬ ଫେବୃଆରୀ ୨୦୨୬ ରେ, ରଶ୍ମିକା ଏବଂ ବିଜୟ ଉଦୟପୁରରେ ବିବାହ କରିଛନ୍ତି । ପ୍ରେମକୁ ବିବହାର ରୂପ ଦେଇଛନ୍ତି ଏହି ସେଲିବ୍ରିଟି କପଲ୍ । ଉଭୟଙ୍କ ପ୍ରଶଂସକମାନେ ଏହି ମୁହୂର୍ତ୍ତକୁ ବହୁତ ଦିନ ଧରି ଅପେକ୍ଷା କରିଥିଲେ।

ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଆସିବା ମାତ୍ରେ ଏହା ହଇଚଇ ସୃଷ୍ଟି କରିଛି । କେବଳ ବିବାହ ନୁହେଁ ବରଂ ସେମାନଙ୍କ ବିବାହ ଫଟୋ ଇନଷ୍ଟାଗ୍ରାମରେ ମଧ୍ୟ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ବିବାହ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଏବଂ ଅନେକ ତାରକାଙ୍କ ବିବାହ ଫଟୋର ରେକର୍ଡ ଭାଙ୍ଗି ଦେଇଛି । ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ବହୁତ ଦିନ ଧରି ଖବରରେ ଥିଲା ।

ବିରୋଶଙ୍କ ବିବାହକୁ ନେଇ ପ୍ରଶଂସକମାନେ ଚାତକ ପରି ଚାହିଁ ରହିଥିଲେ । ବିବାହର ଆନୁଷ୍ଠାନିକ ଘୋଷଣା ପାଇଁ ଲୋକଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା। ଏବେ ଏହି ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ, ପ୍ରଶଂସକଙ୍କ ଗହଣରେ ପ୍ରବଳ ଉତ୍ସାହ । ରଶ୍ମିକା ଏବଂ ବିଜୟ ଇନଷ୍ଟାଗ୍ରାମରେ ସେମାନଙ୍କର ବିବାହ ଫଟୋ ସେୟାର କରିଛନ୍ତି । ଆଉ ଏହି ଫଟୋକୁ ଏତେ ଭଲ ପାଇବା ମିଳିଛି ଯେ, ବିବାହ ପରେ ବିରୋଶ ଯେତେ ଭଲପାଇବା ସାଉଁଟିଛନ୍ତି, ତାଠୁ ଅଧିକ ତାଙ୍କର ଏହି ଫଟୋ ଭାଇରାଲ୍ ହୋଇଛି ।

 

ସେମାନଙ୍କର ଫଟୋଗୁଡ଼ିକ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଲାଇକ୍ ପାଇସାରିଛି । ସବୁଠାରୁ ଅଧିକ ଲାଇକ ଏବଂ ଭ୍ୟୁ ମିଳିଥିବା ସେଲିବ୍ରିଟି ବିବାହ ତାଲିକାରେ ଶୀର୍ଷରେ ରହିଛି ବିରୋଶଙ୍କ ବିବାହ ବେଳର ଫଟୋ । ବସୁଠାରୁ ଅଧିକ ଲୋକପ୍ରିୟ ସେଲିବ୍ରିଟି ବିବାହ ତାଲିକାର ଟପ୍ରେ ଅଛନ୍ତି ରଶ୍ମିକା ଏବଂ ବିଜୟ । ଏହା ପୂର୍ବରୁ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ନାମରେ ଥିଲା ଏହି ରେକର୍ଡ । ସେମାନଙ୍କ ପୋଷ୍ଟ ପ୍ରାୟ ୧୬ ମିଲିୟନ୍ ଲାଇକ୍ ପାଇଥିଲା। ଏହା ସହିତ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମଧ୍ୟ ପଛରେ ପଡ଼ିଯାଇଛି। ରଶ୍ମିକା ଏବଂ ବିଜୟଙ୍କ ବିବାହ ଫଟୋକୁ ୧୮ ଘଣ୍ଟା ମଧ୍ୟରେ ୧୮ ନିୟୁତ ଲାଇକ୍ ମିଳିଛି।