ମୋକ୍କିମଙ୍କ ସମର୍ଥନରେ ଅଭିନେତା ଅନୁଭବ, କହିଲେ ଯାହା କଲେ ଚଳାଇପାରିବେ ପୂର୍ବତନ ବିଧାୟକ

NEWS7
eminent-educator-and-advisor-of-odisha-adarsha-vidyalya-sangathan-dr-bijaya-kumar-sahoo-now-no-more

କଟକ ୧୫/୦୧: ପୁଣି ଚର୍ଚ୍ଚାରେ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି । ଏଥର କିନ୍ତୁ ବ୍ୟକ୍ତିଗତ ସଂପର୍କ ନୁହେଁ ବରଂ ରାଜନୈତିକ ଚର୍ଚ୍ଚା । ତେବେ ନିଜେ ପାଇଁ ନୁହେଁ ବରଂ ପୂର୍ବତନ କଟକ ବିଧାୟକଙ୍କ ସଂପର୍କରେ ମୁହଁ ଖୋଲି ଚର୍ଚ୍ଚିତ । ସିଧାସଳଖ ନକହି ପରୋକ୍ଷରେ ମୋକ୍କିମଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ଅନୁଭବ । ବିଶେଷ କରି ମହମ୍ମଦ ମୋକିମଙ୍କ ନୂଆ ଦଳ ବିଷୟରେ ସ୍ପଷ୍ଟ କରିଛନ୍ତି ମତ ।

ମୋକ୍କିମଙ୍କ ମଞ୍ଚରେ ଅତିଥି ହୋଇ ଅନୁଭବ ଏବେ ଚର୍ଚ୍ଚା ଭିତରକୁ ଆସିଛନ୍ତି । ମୋକ୍କିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ଅନୁଭବ । ଅବଶ୍ୟ ତାଙ୍କର ଭୂମିକା ଥିଲା ଅତିଥି ଭାବେ । ତେବେ ଏ ସଂକ୍ରାନ୍ତରେ ଅନୁଭବ କହିଛନ୍ତି, ମୁଁ ଜଣେ ଚର୍ଚ୍ଚିତ ଵ୍ୟକ୍ତି । ଯାହାବି କଲେ ଚର୍ଚ୍ଚାରେ ରୁହେ ।

​​​​​​​

ମୋକ୍କିମ ଆମ କଟକର ନେତା, ମୋତେ ଅତିଥି କରି ଡାକିଥିଲେ, ତେଣୁ ମୁଁ ଆସିଛି । କଟକ ଇଣ୍ଡୋର୍ ଷ୍ଟାଡିଅମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଭବ ଏବେ ଚର୍ଚ୍ଚାରେ। ଯେହେତୁ ମହମ୍ମଦ ମୋକ୍କିମ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି । ତେଣୁ ଅନୁଭବ ସେଥିରେ ଏକ ଅଂଶ ହେବେ, ନା ଏହା କେବଳ ଏକ ଅଉପଚାରିକତା ତାହା ସ୍ପଷ୍ଟ ହୋଇନି । କିନ୍ତୁ ପରୋକ୍ଷରେ ମୋକ୍କିମଙ୍କୁ ସପୋର୍ଟ କରିଛନ୍ତି ।