ଋଷିଆରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ସବୁଠୁ ବଡ ମାର୍କେଟ

NEWS7
emi-interest-case-in-moratorium-period-hearing-shifted-to-august

ମସ୍କୋ, ୧୧/୧୨:ଋଷର ସେଣ୍ଟ୍ ପିଟର୍ସବର୍ଗରେ ଭୟଙ୍କର ଅଗ୍ନିକାଣ୍ଡ । ସେଣ୍ଟ୍ ପିଟର୍ସବର୍ଗରେ ଥିବା ସବୁଠୁ ବଡ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବ ସହ ବଜାରରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବୁଧବାର ସନ୍ଧ୍ୟାରେ ବଜାରରେ ନିଆଁ ଲାଗିଯାଇଛି । ଅନେକ ଦୋକାନ ଏଥିରେ ପୋଡି ଯିବା ସହ କଳାଧୂଆଁ ମଧ୍ୟ ବାହାରୁଛି । ଏହାସହ ଲୋକେ ଭୟରେ ଧାଉଁଛନ୍ତି । କେହିକେହି ପାଟି ମଧ୍ୟ କରୁଛନ୍ତି ।

 

ଋଷିଆନ ଜରୁରୀକାଳିନ ମନ୍ତ୍ରାଳୟ କହିଛି ଯେ, ବଜାରରେ ଥିବା ଏକ କୋଠାରେ ପ୍ରଥମେ ବିସ୍ଫୋରଣ ହୋଇଥିଲା । କୋଠାରେ କିଛି ଦହନୀୟ ସାମଗ୍ରୀ ଥିଲା । ଫଳରେ ନିଆଁ ଶୀଘ୍ର ବ୍ୟାପିଯାଇଥିଲା । ନିଆଁ ଲିଭାଇବାକୁ ୯୬ ଜଣ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ୨୬ଟି ଗାଡି ନିଆଁ ଲିଭାରେ ଲାଗିଛନ୍ତି ।

ଏହି ଘଟଣାରେ ଏବେସୁଦ୍ଧା କେବଳ ଜଣେ ଆହତ ହୋଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ଦହନଶୀଳ ଦ୍ରବ୍ୟରେ ନିଆଁ ଲାଗିଲା ତାହା ମନ୍ତ୍ରାଳୟ ପ୍ରକାଶ କରିନାହିଁ ।