ଆଗକୁ କଲବଲ କରିବ ଖରା, ପାରଦ ଡେଇଁବ ୪୦ ଡିଗ୍ରୀ !

NEWS7
elephnat-at-nischintakoili

ଭୁବନେଶ୍ୱର ୧୪।୦୩ : କଲବଲ କରିବ ଖରା । ଆଗକୁ ଭୟଙ୍କର ତାତି । ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ । ୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିପାରେ । ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରାଯାଇଛି ।

ଏ ଖବର ବି ପଢନ୍ତୁ:-‘ସୋଆ ପ୍ରକ୍ସିମା ୨୦୨୬’ର ୩-ଦିନିଆ ଉତ୍ସବର ଉଦଘାଟନୀ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ସନ୍ଥ ଗୌର ଗୋପାଳ ଦାସ

ସେହିପରି ଶନିବାର ଝାରସୁଗୁଡ଼ା ଓ ହୀରାଦୁଦରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ସମ୍ବଲପୁରରେ ୩୯.୯, ସୁନ୍ଦରଗଡ଼ରେ ୩୯.୫, ରାଉରକେଲା ଓ ବରଗଡ଼ରେ ୩୮.୮, ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୩୮.୫ ଡିଗ୍ରୀ ରହିଥିଲା। ଭୁବନେଶ୍ୱରରେ ୩୪.୨ ଓ କଟକରେ ୩୪ ଡିଗ୍ରୀ ତାପମାତ୍ରା ରହିଥିଲା। ଅଧିକାଂଶ ସ୍ଥାନରେ ମଧ୍ୟାହ୍ନରେ ପ୍ରବଳ ଖରା ଓ ତାତି ଅନୁଭୂତ ହୋଇଥିଲା।

ଏ ଖବର ବି ପଢନ୍ତୁ:-Donald Trump: ମାତ୍ର ଗୋଟିଏ ଘଣ୍ଟାରେ ଇରାନକୁ ଧ୍ବଂସ କରିପାରିବି... ପୁଣି ବଡ଼ ଦାବି କଲେ ଟ୍ରମ୍ପ