Live Live
LIVE

ଇନଷ୍ଟାଗ୍ରାମରେ ଲାଇଭ୍ ଭିଡିଓରେ ଆତ୍ମହତ୍ୟା ଉଦ୍ୟମ, ଦ୍ରୁତଗାମୀ କାର ସହ ଡିଭାଇଡରକୁ ଧକ୍କା ଦେଲେ ୟୁଟ୍ୟୁବର ଅନୁରାଗ ଡୋଭାଲ୍

NEWS7
elephant-no-teeth

ମୁମ୍ଵାଇ ୦୮।୦୩; ଲୋକପ୍ରିୟYouTuberଏବଂ ବିଗ୍ ବସ୍-୧୭ଫେମ୍ ଅନୁରାଗ ଡୋଭାଲ ଆଜିକାଲିଚର୍ଚ୍ଚାରେଅଛନ୍ତି। ସେ ନିକଟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ସହିତ କିଛି ହୁଏ,ତେବେ ତାଙ୍କ ପରିବାର ଦାୟୀ ରହିବେ। ସେ ମାନସିକ ନିର୍ଯାତନା ବିଷୟରେ ମଧ୍ୟ କହିଥିଲେ । ଏହି ଭିଡିଓ ପରେ,ଅନୁରାଗ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଖବର ଏବେ ସାମ୍ନାକୁ ଆସିଛି।ଲାଇଭ ଭିଡିଓରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଡିଭାଇଡରକୁ ଧକ୍କା ଦେଲେ ୟୁଟ୍ୟୁବର ଅନୁରାଗ ଡୋଭାଲ୍ କାର । ଅନୁରାଗଙ୍କୁ ସାଧାରଣତଃ ରାଇଡର ନାମରେଜଣାଶୁଣା । ଭାରତର ସବୁଠାରୁ ପରିଚିତ ମୋଟୋ ବ୍ଲଗରମାନଙ୍କ ମଧ୍ୟରୁ ଜଣେ ଏବଂ ବିଗ୍ ବସ୍ ରିୟାଲିଟି ଶୋରେ ପ୍ରତିଯୋଗୀ ମଧ୍ୟ ଥିଲେ। ଶନିବାର, ସେ କାର ଚଳାଇବା ସମୟରେ ଲାଇଭ୍ଷ୍ଟ୍ରିମ୍ କରୁଥିଲେ। ୧୫୦ କିମି ବେଗରେ ଗାଡ଼ି ଚଳାଉଥିବା ବେଳେ ଜାଣିଶୁଣି ହାଇୱେର ମଧ୍ୟଭାଗର ଥିବା ଡିଭାରକୁ ଧକ୍କା ଦେଇଥିଲେ ।

ଘଟଣାର କାରଣ ଅନ୍ୟ ଜାତିରେ ଥିବା ତାଙ୍କର ପ୍ରେମିକାକୁ ବିବାହ କରିଥିଲେ। ଆଉ ଯେଉଁଥିପାଇଁ ପରିବାର ଲୋକ ତାଙ୍କୁ ନିର୍ଯାତନା ଦେଉଥିଲେ । ନିକଟରେ ସେ କରିଥିବା ଏକ ଭିଡିଓ ପୋଷ୍ଟ କରିଥିଲେ ସେ କହିଥିଲେ, ଗତ କିଛି ମାସ ମଧ୍ୟରେ ତାଙ୍କ ଜୀବନ ଏତେ ଡ୍ରାମା ଚାଲିଛି ଯେ ଲାଗୁଛି ଯେପରି ମୋ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିଗଲାଣି ଯାହା ସେ କବେବି ଭାବି ନଥିଲେ। ଏହା ପରେ ଅନୁରାଗ ଶନିବାର ରାତିରେ, ଟୟୋଟା ଫର୍ଚ୍ୟୁନର୍ ଗାଡ଼ିରେ ଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ୱେରେ ବହୁତ ସ୍ପିଡରେ ଯାଉଥିଲେ। ଏହି ସମୟରେ, କାନ୍ଦି କାନ୍ଦି କହୁଥିଲେ, ମୁଁ ଆଶା କରୁଛି.. ପରବର୍ତ୍ତୀ ଜନ୍ମରେ ଆସିବି ମା, ତୁମେ କେବଳ ଭଲ ପାଇବା ଦିଅ। ମୋତେ ବହୁତ୍ ଭଲ ପାଇବାର ଆବଶ୍ୟକତା ଥିଲା ।

ଏହି ସମୟରେ ୮୨,୦୦୦ ଲୋକ ଇନ୍ଷ୍ଟାଗ୍ରାମ୍ ଲାଇଭ୍ ଦେଖୁଥିଲେ, ଦୁଃଖ ଇମୋଜି ପଠାଉଥିଲେ। ଏତିକି ବେଳେ ଅନୁରାଗ କହିଥିଲେ, ଆସନ୍ତୁ ଶେଷ ଡ୍ରାଇଭ୍ ପାଇଁ ଯିବା । ଯେଉଁ ସମୟରେ ଗାଡିର ବେଗ ୧୫୦ କିମିରୁ ଅଧିକ ଥିଲା। ଅନୁରାଗ ଏକ ବସ୍ ଏବଂ ଅନ୍ୟ ଗାଡ଼ିକୁ ବାମ ପାଖରୁ ଓଭରଟେକ୍ କରିବା ପରେ ଷ୍ଟିୟାରିଙ୍ଗ୍ ଡାହାଣକୁ ଜୋରରେ ଘୁଞ୍ଚାଇ ଡିଭାଇଡରକୁ ଧକ୍କା ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଅନୁରାଗଙ୍କୁ ଉଦ୍ଧାର କରି ମିରଟର ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଅବସ୍ଥାରେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଅଧିକ ପଢନ୍ତୁ-ଛାଡପତ୍ରକୁ ନେଇ କାହିଁକି ଏମିତି କହିଥିଲେ ତ୍ରିଶା, ଏବେ ଅଭିନେତାଙ୍କ ଘର ଭାଙ୍ଗିବା ନେଇ ହେଉଛନ୍ତି ଟ୍ରୋଲ