କିଛି ବର୍ଷ ପରେ ସବୁ କିଛି ଶେଷ ; ମହାନ ବୈଜ୍ଞାନିକ କରିଥିଲେ ଭବିଷ୍ୟବାଣୀ, 2060ରେ ଶେଷ ହୋଇଯିବ ବିଶ୍ୱ ?

NEWS7
elephant-murta-in-athagarh

ନୂଆଦିଲ୍ଲୀ : ଏ ଦୁନିଆ କେବେ ପର୍ଯ୍ୟନ୍ତ ଚାଲିବ, ଆଉ କେବେ ଏହି ଦୁନିଆର ଶେଷ। ଏହି ପ୍ରଶ୍ନ ସବୁବେଳେ ସମସ୍ତଙ୍କ ମନରେ ଆସେ। ନାଷ୍ଟ୍ରୋଦମାସଙ୍କ ସମେତ ଅନେକ ଭବିଷ୍ୟବକ୍ତା ଏହାକୁ ନେଇ ଭିନ୍ନ ଭିନ୍ନ ଭବିଷ୍ୟବାଣୀ କରିଛନ୍ତି । ସେମନାଙ୍କ ମଧ୍ୟରୁ ଜଣେ ଫାଦର ଅଫ ମର୍ଡନ ସାଇନ୍ସ ସାର୍ ଆଇଜାକ୍ ନିଉଟନ୍...। ସେ ଏମିତି ଏକ ଭବିଷ୍ୟବାଣୀ କରିଛନ୍ତି ଯାହାକୁ ନେଇ ଜୋରସୋରରେ ଚର୍ଚ୍ଚା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଇଜାକ୍ ନ୍ୟୁଟନ୍ କେବଳ ମାଧ୍ୟାକର୍ଷଣ ନିୟମ ଆବିଷ୍କାର କରିନଥିଲେ ବରଂ ଏକ ରହସ୍ୟମୟ ଭବିଷ୍ୟବାଣୀ ମଧ୍ୟ କରିଥିଲେ। 1704 ନିଉଟନ୍ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଥିଲେ ଯେ, 2060ରେ ଶେଷ ହୋଇପାରେ ବିଶ୍ୱ। ଯଦିଓ ସେ "ଶେଷ" ପରିବର୍ତ୍ତେ "ପୁନଃସ୍ଥାପନ" ଶବ୍ଦ ବ୍ୟବହାର କରିଥିଲେ।

ଏସବୁର ଆରମ୍ଭ ପଛରେ ରହିଛି ଏକ ରୋଚକ କାହାଣୀ। ନିଉଟନ୍ ଅନେକ ଚିଠି ଲେଖିଥିଲେ। ତା ଭିତରେ ଥିଲା 1704ରେ ଲେଖା ଯାଇଥିବା ଚିଠି। 1927ରେ ନିଉଟନଙ୍କ ମୃତ୍ୟୁ ପରେ ତାଙ୍କ ଦ୍ୱାର ଲେଖା ଯାଇଥିବା ସମସ୍ତ ଚିଠି ତାଙ୍କ ଘରୁ ମିଳିଥିଲା। 1936ରେ ନ୍ୟୁଟନଙ୍କ ପତ୍ରର ନିଲାମୀ ହୋଇଥିଲା। ଇଲଣ୍ଡର ଅର୍ଥଶାସ୍ତ୍ରୀ ଜନ୍ ମାୟାନାର୍ଡ କିଙ୍ଗ୍ସ ଏହି ଚିଠି କିଣିଥିଲେ। ପରେ ଜେରୁଜେଲମର ଜଣେ କଲମିଷ୍ଟ ଏହାକୁ ଦେଇଥିଲେ ବହିର ରୂପ। ସେହି ବହିର ନାଁ ରଖିଲେ ସିକ୍ରେଟ୍ସ ଅଫ୍ ନ୍ୟୁଟନ୍ସ । ଏହି ବହି ଏବେବି ୟୁନିଭର୍ସିଟି ଅଫ୍ ଜେରୁଜେଲମରେ ରହଛି।

ନିଉଟନ୍ ଡାନିଏଲ୍ ବହିରୁ ପଢ଼ିଥିଲେ, ଏମିତି ଏକ ସମୟ ଆସିବ... ଯେଉଁଠି ଅଧାରେ ରହିଯିବ ସମୟ। ସମୟ ଓ ଅଧା ସମୟ। ନିଉଟନ ଏହି ଆଧାରରେ କାଲକୁଲେସନ୍ କରିଥିଲେ। ଉତ୍ତର ଆସିଲା ସାଢ଼େ 3 ବର୍ଷ ଅର୍ଥାତ୍ 1260 ଦିନ। ତାପରେ ଏହି ଦିନ ବର୍ଷରେ ବଦଳିଗଲା। ଅର୍ଥାତ୍ 1260 ବର୍ଷ। ନିଉଟନଙ୍କ ଅନୁସାରେ800 ADରେ ଏକ ଧାର୍ମୀକ କ୍ରାନ୍ତି ଆସିଥିଲା। ନିଉଟନଙ୍କ ଗଣନା ଆଧାରରେ 800 ଖ୍ରୀଷ୍ଟାବ୍ଦରେ ରୋମାନ ରାଜ୍ୟ ଆରମ୍ଭ ହୋଇଥିଲା। ଏଥିରେ ନ୍ୟୁଟନ୍ 1260 ଯୋଡ଼ିଥିଲେ। ସେହି ହିସାବରେ ଅର୍ଥାତ୍ 2060ରେ ଦୁନିଆର ଶେଷ ବୋଲି ଆକଳନ କରିଥିଲେ। ତାଙ୍କ ମତରେ ଏହାର ଅର୍ଥ ପୃଥିବୀର ସମ୍ପୂର୍ଣ୍ଣ ବିନାଶ ନୁହେଁ, ବରଂ ଏକ ପ୍ରାକୃତିକ ବିପର୍ଯ୍ୟୟ ବା ଯୁଦ୍ଧ ପରେ ନୂତନ ସଭ୍ୟତାର ଆରମ୍ଭ। ଏକଥା ବି ଲେଖିଥିଲେ , 2060 ପରେ, ଯୀଶୁ ଖ୍ରୀଷ୍ଟ ଏବଂ ସନ୍ଥମାନେ ଆସିବେ ପୃଥିବୀ ପୃଷ୍ଠକୁ ଆସିବେ। 1,000 ବର୍ଷ ପାଇଁ ପୃଥିବୀରେ ଏକ ଶାନ୍ତିପୂର୍ଣ୍ଣ ରାଜତ୍ୱ ସ୍ଥାପନ କରିବେ।

ପ୍ରଫେସର ଷ୍ଟିଫେନ ସ୍ନୋବେଲେନଙ୍କ ଅନୁସାରେ, ନ୍ୟୁଟନ କେବଳ ଜଣେ ବୈଜ୍ଞାନିକ ନଥିଲେ ବରଂ ଜଣେ ଦାର୍ଶନିକ ମଧ୍ୟ ଥିଲେ। ତାଙ୍କ ପାଇଁ, ଧର୍ମ ଏବଂ ବିଜ୍ଞାନ ମଧ୍ୟରେ କୌଣସି କଠୋର ବିଭାଜନ ନଥିଲା। ସେ ବିଶ୍ୱାସ କରୁଥିଲେ ଯେ ବାଇବଲର ଭବିଷ୍ୟବାଣୀ ବ୍ୟାଖ୍ୟା କରିବା ବୈଜ୍ଞାନିକ ଆବିଷ୍କାର କରିବା ପରି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ନ୍ୟୁଟନଙ୍କ ଗଣନାକୁ ସମ୍ପୂର୍ଣ୍ଣ ସତ ବୋଲି ବିବେଚନା କରାଯାଇନ ପାରେ। କାରଣ ଏସବୁ ଆକଳନ ସେ ଧାର୍ମିକ ବିଶ୍ୱାସ ଯୋଗୁ କରିଛନ୍ତି। ତଥାପି, ଏହି ଭବିଷ୍ୟବାଣୀ ପ୍ରଶ୍ନ ଉଠାଏ ଯେ, ୨୦୬୦ରେ କୌଣସି ଏକ ବଡ଼ ପରିବର୍ତ୍ତନ ହେବ କି ? ସେକଥା ତ କେବଳ ସମୟ କହିବ, କିନ୍ତୁ ନ୍ୟୁଟନଙ୍କ ରହସ୍ୟମୟ ଭବିଷ୍ୟବାଣୀ ଆଜି ମଧ୍ୟ କୌତୁହଳ ଏବଂ ଆଲୋଚନାର ବିଷୟ ହୋଇ ରହିଛି।