ମହାତ୍ମା ଗାନ୍ଧୀଙ୍କ ନାଁରେ ନାମିତ ହେବ ‘କର୍ମଶ୍ରୀ’ ଯୋଜନା; G RAM G ବିଲ୍ ବିବାଦ ମଧ୍ୟରେ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

NEWS7
elephant-listening-piano-music-video-goes-viral

କୋଲକାତା: ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗାର ନାମ ପରିବର୍ତ୍ତନକୁ ନେଇ ଦେଶବ୍ୟାପୀ ଆକ୍ରୋଶ । MGNREGAକୁ VB-G RAM Gରେ ପରିବର୍ତ୍ତନ କରାଯିବାକୁ ନେଇ ବିରୋଧୀ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଟାର୍ଗେଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ, ତାଙ୍କ ସରକାର ଗ୍ରାମୀଣ ଚାକିରି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ "କର୍ମଶ୍ରୀ"କୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରିବ। ସେ କେନ୍ଦ୍ରର ବିଜେପି ସରକାର ଉପରେ ଅଭିଯୋଗ କରିଛନ୍ତି ଯେ, ୨୦ ବର୍ଷ ପୁରୁଣା MGNREGA କୁ VB-G RAM G ନାଁରେ ବଦଳାଇଛନ୍ତି।

ବ୍ୟବସାୟ ଏବଂ ଶିଳ୍ପ ସମ୍ମିଳନୀରେ ଭାଷଣ ଦେଇ, ମମତା ବାନାର୍ଜୀ ବିଜେପିର ନାମ ନନେଇ ଟାର୍ଗେଟ କରିଛନ୍ତି । କିଛି ରାଜନୈତିକ ଦଳ ‘ଆମର ଜାତୀୟ ଆଇକନଙ୍କୁ ସମ୍ମାନ ଦିଅନ୍ତି ନାହିଁ, ଏହା ଲଜ୍ଜାର ବିଷୟ ବୋଲି ସେ କହିଛନ୍ତି। ଲୋକସଭାରେ ବିକାଶିତ ଭାରତ-ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ( VB-G RAM G ) ପାଇଁ ଗ୍ୟାରେଣ୍ଟି ବିଲ୍ ପାରିତ ହେବା ପରେ ସେ ଏହି ଘୋଷଣା କରିଛନ୍ତି ।

ମମତା କହିଛନ୍ତି, ସେମାନେ ମନରେଗା କାର୍ଯ୍ୟକ୍ରମରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି, ଏଥିପାଇଁ ମୁଁ ଲଜ୍ଜିତ । ମୁଁ ମଧ୍ୟ ଏହି ଦେଶର ନାଗରିକ । ଆମେ ଏବେ ଜାତିର ପିତାଙ୍କୁ ମଧ୍ୟ ଭୁଲିଯାଉଛୁ । ଆମେ ଏବେ ଆମ ରାଜ୍ୟର କର୍ମଶ୍ରୀ ଯୋଜନାର ନାମ ମହାତ୍ମା ଗାନ୍ଧୀଙ୍କ ନାମରେ ରଖିବୁ। କର୍ମଶ୍ରୀ ଯୋଜନାରେ, ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ୭୫ ଦିନ କାମ ଯୋଗାଉଥିବା ନେଇ ଦାବି କରନ୍ତି।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ମନରେଗା ଅଧୀନରେ ପାଣ୍ଠି ବନ୍ଦ କରୁଛନ୍ତି। ରାଜ୍ୟ ଭବିଷ୍ୟତରେ କର୍ମଶ୍ରୀ ଅଧୀନରେ କାର୍ଯ୍ୟ ଦିବସ ସଂଖ୍ୟାକୁ ୧୦୦ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଆମେ କର୍ମଶ୍ରୀ ଅଧୀନରେ ବହୁ ସଂଖ୍ୟକ କାର୍ଯ୍ୟ ଦିବସ ସୃଷ୍ଟି କରିସାରିଛୁ, ଯାହାକୁ ଆମେ ଆମର ନିଜସ୍ୱ ସମ୍ବଳରେ ଚଲାଉଛୁ। ଯଦି କେନ୍ଦ୍ରୀୟ ପାଣ୍ଠି ବନ୍ଦ ହୋଇଯାଏ, ତେବେ ଆମେ ନିଶ୍ଚିତ କରିବୁ ଯେ, ଲୋକମାନେ ଯେମିତି କାମ ପାଇବେ। ଆମେ ଭିକାରୀ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସୂଚନାଯୋଗ୍ୟ, MGNREGA ଯୋଜନା ଏବଂ ଲୋକସଭାରେ ପାରିତ ହୋଇଥିବା G RAM G ବିଲ୍ ମଧ୍ୟରେ ବେଶୀ ପାର୍ଥକ୍ୟ ନାହିଁ। ଉଦାହରଣ ସ୍ୱରୂପ, MGNREGA ଯୋଜନାରେ, କେନ୍ଦ୍ର ସରକାର ହିତାଧିକାରୀମାନଙ୍କୁ ଅତି କମରେ ୧୦୦ ଦିନର କାମର ଗ୍ୟାରେଣ୍ଟି ଦେଇଥିଲେ । କିନ୍ତୁ ଏହି ନୂତନ ବିଲ୍ ୧୨୫ ଦିନ କାମର ଗ୍ୟାରେଣ୍ଟି ଦେଇଛି।ମୋଦୀ ସରକାର ନୂତନ ବିଲରେ ଅନୁଦାନରେ ଅନେକ ପରିବର୍ତ୍ତନ କରିଛନ୍ତି। ମନରେଗା ଯୋଜନା ଅନୁଯାୟୀ, କେନ୍ଦ୍ର ସରକାର କେବଳ ଆର୍ଥିକ ଅନୁଦାନ ପ୍ରଦାନ କରୁଥିଲେ । କିନ୍ତୁ ଏହି ନୂତନ ବିଲରେ, କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ କେନ୍ଦ୍ରଶାସିତ ଅଞ୍ଚଳ ବ୍ୟତୀତ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇବେ।