ଆନ୍ତଃରାଜ୍ୟ ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ୟୁଆଣ୍ଡମିକୁ ୭ ରନରେ ହରାଇ ଯାଜପୁର ଇଲେଭେନ ଷ୍ଟାର ଚାମ୍ପିଅନ

NEWS7
elephant-herd-wrecks-havoc-in-khurda-village

ନୀଳଗିରି: ନୀଳଗିରି ଷ୍ଟାଡିୟମ ପରିସରରେ ମହାବୀର କ୍ରିକେଟ କ୍ଲବ ଆନୁକୁଲ୍ୟରେ କୌଶିକ ମେମୋରିଆଲ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଆଜିର ଫାଇନାଲ ମ୍ୟାଚକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଆନୁଷ୍ଠିତ ଭାବେ ଉଦଘାଟନ କରିଥିଲେ। ଫାଇନାଲ ମ୍ୟାଚ ବାଲେଶ୍ୱର ୟୁଆଣ୍ଡମି ବାଲେଶ୍ଵର ସହିତ ଇଲେଭେନ୍ ଷ୍ଟାର ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଯାଜପୁର ଇଲେଭେନ୍ ଷ୍ଟାର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା।

ରାହୁଲ ଗୁପ୍ତାଙ୍କ ଧୂଆଁଧାର ୫୭ ରନ ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ୱିକେଟ୍ ହରାଇ୧୮୨ରନ୍ ସଂଗ୍ରହ କରିଥିଲା। ଦ୍ଵିତୀୟ ଇନିଂସରେ ୟୁଏଣ୍ଡମି ୮ୱିକେଟ ହରାଇ ୧୭୫ରନ କରି ୭ ରନ ଦୂରରେ ରହି ପରାଜିତ ହୋଇଥିଲା। ସାବ୍ୟସାଚୀ ଆଚାର୍ଯ୍ୟଙ୍କ ଧୂଆଁଧାର ୮୨ ରନ କରି ଦଳକୁ ବିଜୟ ଏକ ପ୍ରକାର ନିଶ୍ଚିତ ଥିବାବେଳେ ତାଙ୍କର ଏକ ଚିତାକର୍ଷକ କ୍ୟାଚ ନେବା ଫଳରେ ଯାଜପୁର ଇଲେଭେନ୍ ଷ୍ଟାର ଚଳିତବର୍ଷର ଚାମ୍ପିଅନ ହୋଇଛି। ମ୍ୟାଚଟି ଏତେ ସଂଘର୍ଷପୂର୍ଣ୍ଣ ହୋଇଥିଲା ଯେ ପ୍ରତ୍ୟେକ ବଲରେ ପ୍ରତ୍ୟେକ ରନପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଥିଲା।

ପ୍ରାୟ ପାଞ୍ଚ ହଜାରରୁ ଛଅ ହଜାର ଦର୍ଶକ ମ୍ୟାଚକୁ ଉପଭୋଗ କରିଥିଲେ। ଇଲେଭେନ ଷ୍ଟାରର ଚନ୍ଦନ ନାୟକ ୨୧ ବଲରୁ ୨୬ ରନ ଏବଂ ଗୁରୁତ୍ୱପୂର୍ଣ୍ଣ ୨ ୱିକେଟ୍ ନେଇ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଟାଇଟଲ ହାସଲ କରିଥିବା ବେଳେ ୟୁଏଣ୍ଡମି ଦଳର ସବ୍ୟସାଚୀ ଆଚାର୍ଯ୍ୟ ଆଜିର ଧୂଆଁଧାର ୮୨ରନ ସହିତ ସମସ୍ତ ମ୍ୟାଚର ଉଲ୍ଲେଖନୀୟ ପ୍ରଦର୍ଶନପାଇଁ କ୍ଳବ୍ ତରଫରୁ "ପ୍ଲେୟାର ଅଫ୍ ଦି ସିରିଜ୍" ଘୋଷଣା କରାଯାଇଛି। ଅନୁରୂପଭାବେ ଯାଜପୁର ଇଲେଭେନ୍ ଷ୍ଟାରର କମଲ କିଶନଙ୍କୁ ବେଷ୍ଟ ଫିଲ୍ଡର ଭାବରେ ପୁରସ୍କୃତ କରାଯାଇଥିଲା। ଆଜି ପ୍ରାୟ ୫ ହଜାର ଲୋକଙ୍କ ପାଇଁ କ୍ଲବର ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ତରଫରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

ଆଜିର ଏହି ଉଦଯାପନୀ ଉତ୍ସବର ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ବାଲେଶ୍ଵର ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କ ସହିତ ଏନଏସି ଚେୟାରମେନ ମହେନ୍ଦ୍ରନାଥ ବେହେରା,ମଣିପୁରର କ୍ରିକେଟକୋଚ ତଥା ବିସିସିଆଇ ମାନ୍ୟତାପ୍ରାପ୍ତ ପୂର୍ଣେନ୍ଦୁ ଜେନା ଯୋଗଦାନ କରିଥିଲେ ।ମିସ୍ ସିମ୍ରନ୍ ଧାରାବିବରଣୀ ଦେଇଥିବା ବେଳେ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟର ରଞ୍ଜନ ମହାନ୍ତି ଏବଂ ପ୍ରତାପ ପାତ୍ର ମ୍ୟାଚ୍ ପରିଚାଳନା କରିଥିଲେ। କ୍ଳବର ସଭାପତି ସବ୍ୟସାଚୀ ମହାପାତ୍ର ଓ ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଟୁର୍ଣ୍ଣାମେଣ୍ଟ ସଫଳ ହୋଇଛି।