ହୋଲିରେ କଟକ ଜଗିବେ ୨୦ପ୍ଲାଟୁନ ଫୋର୍ସ, ନଦୀରେ ବୋଟ୍ ପାଟ୍ରୋଲିଂ ସହ ଘାଟରେ ମୁତୟନ ହେବେ ଅଗ୍ନିଶମ କର୍ମଚାରୀ

NEWS7
elephant-herd-wrecks-havoc-in-khurda-village

କଟକ ୨।୩: ରଙ୍ଗର ପର୍ବ ହୋଲି । ଆଉ ଦିନକ ପରେ ରଙ୍ଗୀନ ହେବ ସାରା ଓଡ଼ିଶା । ହୋଲି ରଙ୍ଗରେ ସମସ୍ତେ ହେବେ ମସଗୁଲ । ତେବେ ହୋଲିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ହୋଲିରେ ବିଶୃଙ୍ଖଳାକାରୀଙ୍କୁ ସାବାଡ କରିବ କମିଶନରେଟ୍ ପୋଲିସ । ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ । ବିଭିନ୍ନ ସ୍ଥାନରେ ବ୍ଲକିଂ ସହ ନାକା ଲଗାଯିବ । ଏହାସହ ବିଭିନ୍ନ ଗଳିକନ୍ଦିରେ ବାଇକ୍ ପାଟ୍ରୋଲିଂ କରିବ ପୋଲିସ । ମଦ ପିଅ ହୋଲି ଖେଳିଲେ କି ଗାଡ଼ି ଚଳାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ହୋଲି ଖେଳିବା ସମୟର କୌଣସି ଜନସାଧାରଣଙ୍କୁ ହଇରାଣ ନକରି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ।

ଏ ଖବର ବି ପଢ଼ନ୍ତୁ:- ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶେଷ, ଗଣିତ ପାଇଁ ମିଳିଲା ଅଧିକ ୧୫ ମିନିଟ୍ ସମୟ

ସେପଟେ ହୋଲି ଖେଳ ପରେ ନଦୀରେ ଗାଧୋଇବା ସମୟରେ ବିଭିନ୍ନ ଦୁର୍ଘଟଣା ଘଟିଥାଏ । ଏହି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କଟକ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛି । କଟକର ବିଭିନ୍ନ ନଦୀରେ ବୋଟ୍ ପାଟ୍ରୋଲିଂ ସହ ବିଭିନ୍ନ ଘାଟରେ ମୁତୟନ ହେବେ ୭୦ରୁ ଉର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ । ଏଥିସହ ଯେଉଁଠାରେ ଗଭୀର ପାଣି ଅଛି ବା ପହଁରା ଜାଣିନଥିବା ଲୋକମାନେ କିଭଳି ନଦୀ ଭିତରୁ ନଯିବ ସେ ନେଇ ସଚେତନ କରାଯିବ ବୋଲି କଟକ ଅଗ୍ନିଶମ ଅଧିକାରୀ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ବଢ଼ିଲା ରାଜ୍ୟସଭା କସରତ, ୧୬ ସେଟ୍‌ ଫର୍ମ କିଣିଲା ବିଜେପି

ସେପଟେ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ରଙ୍ଗ ଦୋକାନରେ ଯାଞ୍ଚ କରାଯାଇଛି । କଟକ କଲେଜ ଛକରେ ଥିବା ବିଭିନ୍ନ ରଙ୍ଗ ଦୋକାନରେ ଜୋନ୍ ୧ ଏସିପିଙ୍କ ନେତୃତ୍ଵରେ ମାଲଗୋଦାମ ଥାନା ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା । କେମିକାଲଯୁକ୍ତ ରଙ୍ଗ ବିକ୍ରିକୁ ନେଇ କରାଯାଇଥିଲା ଯାଞ୍ଚ ତେବେ କିଛି ଦୋକାନରୁ କେମିକାଲ ଯୁକ୍ତ ରଙ୍ଗକୁ ପୋଲିସ ଜବତ କରିଥିବା ବେଳେ ଅନ୍ୟସବୁ ଦୋକାନରେ ହର୍ବାଲ ଓ ଅବିର ବିକ୍ରି ହେଉଥିବା ଯାଞ୍ଚ ବେଳେ ଜଣାପଡ଼ିଛି । ତେବେ ଜନ ସାଧାରଣ କେମିକାଲମୁକ୍ତ ହର୍ବାଲ ରଙ୍ଗ ଖେଳନ୍ତି ଯାହାଦ୍ଵାରା ନିଜର ଓ ପରିବେଶର ମଧ୍ୟ କ୍ଷତି ହେବ ନାହିଁ ବୋଲି ପୋଲିସ ପରାମର୍ଶ ଦେଇଛି ।