LIVE TV

କେନ୍ଦ୍ରର ନୂଆ ଶ୍ରମ ସଂହିତାକୁ ୧୦ ବାଣିଜ୍ୟ ସଂଘର ବିରୋଧ: ବୁଧବାର ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ

NEWS7
elephant-drawing-in-mahanadi-river-near-athagarh

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କର ନୂଆ ଲେବର କୋଡକୁ ଟ୍ରେନ୍ ୟୁନିୟନ ତୀବ୍ର ବିରୋଧ କରିଛି। ଭାରତରଦଶଟି ବଡ଼ ଟ୍ରେଡ୍ ୟୁନିଅନ୍ ଶୁକ୍ରବାର ଲେବର କୋଡ୍ ପ୍ରଣୟନକୁ ନିନ୍ଦା କରିବା ସହିତ ଏହାଶ୍ରମିକମାନଙ୍କ ବିରୁଦ୍ଧରେ ଏକ ପ୍ରତାରଣାପୂର୍ଣ୍ଣ ଠକେଇ ବୋଲି କହିଛି। ଏଥିସହିତ ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ସଂଘ ଘୋଷଣା କରିଛି।

ସଂଘ ବିରୋଧୀ ଦଳର ନେତାମାନଙ୍କ ସହିତ ମିଶି ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଏନେଇ ସ୍ପଷ୍ଟୀକରଣ ମାଗିଛନ୍ତି। ଏବଂ ଲେବର କୋଡକୁ ପ୍ରତ୍ୟାହାର କରିବା ନେବାକୁ ସେମାନେ ଦାବି କରିଛନ୍ତି। ଏବଂ ଯଦି ଏହା ନହେଲା ତେବେ ସେମାନେ ଆସନ୍ତା ବୁଧବାର ଦେଶ ବ୍ୟାପୀ ଆନ୍ଦୋଲ କରିବେ ବୋଲି ଚେତାବନୀ ଦେଇଛନ୍ତି।

ପାଞ୍ଚ ବର୍ଷ ପୂର୍ବେ ସଂସଦ ଦ୍ୱାରା ଅନୁମୋଦିତ ୪ ଶ୍ରମ ସଂହିତାକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି।ଏହା ବ୍ରିଟିଶ ଉପନିବେଶବାଦୀ ଶାସନ ସମୟର କିଛି କାର୍ଯ୍ୟ ନିୟମକୁ ସରଳ କରିବା ସହିତ ନିବେଶ ପାଇଁ ସର୍ତ୍ତାବଳୀରେ କିଛି କୋହଳ କରାଯାଇଛି। ଶ୍ରମିକ ସୁରକ୍ଷାକୁ ଆହୁରି ଟିକେ ଉନ୍ନତ କରିବା ପାଇଁ ନିୟମ ପରିବର୍ତ୍ତନ କରାଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଯଦିଓ ନୂଆ ନିୟମଗୁଡ଼ିକ ସାମାଜିକ ସୁରକ୍ଷା ଏବଂ ସର୍ବନିମ୍ନ ମଜୁରୀ ସୁବିଧା ପ୍ରଦାନ କରୁଛି ହେଲେ ଏହା କମ୍ପାନୀଗୁଡ଼ିକୁ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବା ଏବଂ ବହିଷ୍କାର କରିବା ପାଇଁ ନିୟମ ଅଧିକ ସହଜ କରି ଦେଇଛି।

ବାଣିଜ୍ୟ ସଂଘ ଏହି ଲେବର କୋଡକୁ ତୀବ୍ର ବିରୋଧ କରିଛି। ଏଥିପାଇଁ ଗତ ୫ ବର୍ଷ ହେଲା ସଂଘ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛି। ତେବେ ଶନିବାର ଅସନ୍ତୋଷ ନେଇ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୌଣସି ବିବୃତ୍ତି ଜାରି ହୋଇ ନାହିଁ। ତେବେ ସରକାରୀ ସୂତ୍ରରୁ ରୟଟର୍ସକୁ ମିଳିଥିବା ସୂଚନା ଅନୁସାରେ, ଶ୍ରମ ମନ୍ତ୍ରଣାଳୟ ନୂଆ ଶ୍ରମ ସଂହିତା ନେଇ ୨୦୨୪ରୁ ଏପର୍ଯ୍ୟନ୍ତ ଏକାଧିକ ଆଲୋଚନା କରି ସାରିଛି।

ନୂଆ ନିୟମରେ ମହିଳାମାନଙ୍କ ପାଇଁ ଅଧିକ ସମୟ କାରଖାନା ସିଫ୍ଟ ଏବଂ ରାତି କାମ କରିବାକୁ ଅନୁମତି ଦିଆଯାଇଛି।ଛଟେଇ ପାଇଁ ପୂର୍ବ ଅନୁମୋଦନ ଆବଶ୍ୟକ କରୁଥିବା ଫାର୍ମଗୁଡ଼ିକର କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ ବଢ଼ାଇ ୩୦୦ କରିଦିଆଯାଇଛି। ଯାହାଦ୍ୱାରା କମ୍ପାନୀଗୁଡ଼ିକୁ ୱାର୍କଫୋର୍ସ ମ୍ୟାନେଜମେଣ୍ଟରେ ଅଧିକ କୋହଳତା ପାଇବେ।

ଯଦିଓ ସବୁ ସଂଘ ଏହାକୁ ବିରୋଧ କରୁ ନାହାନ୍ତି ତେବେଭାରତୀୟ ଉଦ୍ୟୋଗୀ ସଂଘ ନୂଆ ନିୟମ ନେଇ ଚିନ୍ତା ପ୍ରକାଶ କରିଛି। ଯେ ନୂଆ ନିୟମଗୁଡ଼ିକ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗଗୁଡ଼ିକର ପରିଚାଳନା ଖର୍ଚ୍ଚକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବ୍ୟବସାୟ ନିରନ୍ତରତାକୁ ବାଧା ଦେବ। ତେଣୁ ପରିବର୍ତ୍ତନଶୀଳ ସମର୍ଥନ ଏବଂ ନମନୀୟ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ପାଇଁ ସଂଘ ସରକାରଙ୍କୁ ଅନୁରୋଧ କରିଛି।

୪ ନୂଆ ଶ୍ରମ ସଂହିତାରେ କଣ ରହିଛି?

କେନ୍ଦ୍ର ସରକାର ୨୯ଟି ପୁରୁଣା ଶ୍ରମ ଆଇନକୁମିଶାଇ ୪ ନୂଆ କୋଡରେ ତିଆରି କରିଛନ୍ତି।ଯାହା ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି। ନୂଆ ଆଇନ କର୍ମଚାରୀମାନେ ପାଞ୍ଚ ବର୍ଷ ବଦଳରେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଗ୍ରାଚ୍ୟୁଇଟି ପାଇପାରିବେ। ଏହା ବ୍ୟତୀତ,ଗ୍ରାଚ୍ୟୁଇଟି ସୀମା୨୦ ଲକ୍ଷକୁ ବୃଦ୍ଧି କରାଯାଇଛି,ଏହା ଟିକସମୁକ୍ତ ରହିବ।

ଓଭର ଟାଇମ କଲେ ଦ୍ୱିଗୁଣିତ ମଜୁରୀ ମିଳିବ। ଏବଂ ପ୍ରତି ୨୦ଦିନ କାମ କରିବା ପରେ ଗୋଟିଏ ଦିନ ପେଡ୍ ଲିଭ୍ ମିଳିପାରିବ। ନୂଆ ଶ୍ରମ ସଂହିତାରେ ଲକ୍ଷ ଲକ୍ଷ ଶ୍ରମିକ ଏବଂ କର୍ମଚାରୀଙ୍କୁ ଲାଭ ପାଇପାରିବେ। ଏହି ପରିବର୍ତ୍ତନଗୁଡ଼ିକ ଶ୍ରମିକମାନଙ୍କୁ ଉତ୍ତମ ସୁରକ୍ଷା ପ୍ରଦାନ କରିବ,କିନ୍ତୁ ନିଯୁକ୍ତିଦାତାଙ୍କ ଉପରେ ନିୟମ ଅନୁପାଳନ ବୋଝ ବଢ଼ିଯିବ।

ପୂର୍ବରୁ ୨୯ଟି ଅଲଗା ଅଲଗା ସେଣ୍ଟ୍ରାଲ ଲେବର ଲ ରହିଥିଲା। ଯାହା ବହୁତ ଦ୍ୱଦ୍ୱ ସୃଷ୍ଟି କରିଥିଲା। ଏବେ ଏହାକୁ ୪ କୋଡ୍- କୋଡ ଅନ ୱେଜେଜ୍(ମଜୁରୀ ସଂହିତା), ଇଣ୍ଡଷ୍ଟ୍ରିୟାଲ ରିଲେସନ୍ସ(ଶିଳ୍ପ ସମ୍ପର୍କ),ସୋସିଆଲ ସିକ୍ୟୁରିଟି(ସାମାଜିକ ସୁରକ୍ଷା)ଓ ଅକ୍ୟୁପେସନ ସେଫ୍ଟି(ବୃତ୍ତିଗତ ସୁରକ୍ଷା) କରାଯାଇଛି।

ଏହି କୋଡ୍୨୦୨୦ ମସିହାରେ ପାସ୍ ହୋଇଥିଲା,କିନ୍ତୁ ନିୟମ ପ୍ରଣୟନରେ ବିଳମ୍ବ ହୋଇଥିଲା। ଏବେ,ରାଜ୍ୟଗୁଡ଼ିକୁ ମଧ୍ୟ ସେହି ଅନୁସାରେ ସେମାନଙ୍କର ନିୟମଗୁଡ଼ିକୁ ଅପଡେଟ୍ କରିବାକୁ ପଡିବ। ଶ୍ରମ ମନ୍ତ୍ରଣାଳୟ ଅନୁଯାୟୀ,ଏହା ବ୍ୟବସାୟକୁ ସହଜ କରିବ। ଶ୍ରମିକଙ୍କ ଅଧିକାରକୁ ସୁଦୃଢ଼ କରିବ। ଏଗୁଡ଼ିକୁ ଏପ୍ରିଲ ୨୦୨୫ ରୁ ସାରା ଦେଶରେ କାର୍ଯ୍ୟକାରୀ କରାଯିବ।ଯାହା ଦ୍ଵାରା ୫୦ କୋଟିରୁ ଅଧିକ ଶ୍ରମିକ ଉପକୃତ ହେବେ।