ନୀଳଗିରିରେ ପୁଣି ନକଲି ସୁନା ବିସ୍କୁଟ କାରବାର, ୬ ଜଣଙ୍କ ଅଟକ ରଖିଛି ପୋଲିସ

NEWS7
elected-mlas-taking-oath-in-odisha-assembly-today

ନୀଳଗିରି ୦୮।୧୨ : ନୀଳଗିରିରେ ପୁଣି ନକଲି ସୁନା ବିସ୍କୁଟ କାରବାର । ପୁରୀ ଅଞ୍ଚଳର ଜଣେ ଲୋକଙ୍କୁ ସୁନା ବିସ୍କୁଟ ଦେବାକୁ ଠକି ନେଲେ ୪ ଲକ୍ଷ ଟଙ୍କା । ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ନୀଳଗିରି ପୋଲିସ ୬ ଜଣଙ୍କୁ ଅଟକ ରଖି ଜେରା କରୁଛି । ଏହାସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍, ୨ ବାଇକ ଜବତ ହୋଇଛି ।

ଖବର ଅନୁଯାୟୀ, କିଛି ଯୁବକ ପୁରୀ ଅଞ୍ଚଳର ଜଣେ ଲୋକଙ୍କୁ ସୁନା ବିସ୍କୁଦ ଦେବାକୁ କହିଥିଲେ । ଯାହାପରେ ଉକ୍ତ ଲୋକ ଜଣଙ୍କ ସେମାନଙ୍କୁ ଅଗ୍ରୀମ ଭାବେ ୪ ଲକ୍ଷ ଟଙ୍କା ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତଦନ୍ତ କରି ୬ ଜଣଙ୍କୁ ଅଟକ ରଖିଛି । ଏହାସହିତ ସେମାନଙ୍କ ନିକଟରୁ ୩ ଲକ୍ଷ ନଗଦ ଟଙ୍କା, ୫ ଟି ମୋବାଇଲ ଓ ୨ ବାଇକ ଜବତ ହୋଇଛି । ବାକି ନକଲି ସୁନା ବିସ୍କୁଟକୁ ଖୋଜୁଛି ପୋଲିସ ।