LIVE TV

ଟେକ୍ସାସରେ ଭୟଙ୍କର ବିମାନ ଦୁର୍ଘଟଣା ; ଚାଲିଗଲା ୨ ଜୀବନ

NEWS7
ekadasaha-of-journalist-arindam-das

ନୂଆଦିଲ୍ଲୀ ୧୩।୧୦; ଟେକ୍ସାସର ହିକ୍ସ ଏୟାରଫିଲ୍ଡ ନିକଟରେ ବିମାନ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଅନେକ ଟ୍ରକ୍ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଉଡ଼ାଣରେ ଯାତ୍ରା କରୁଥିବା ଏକ ଛୋଟ ବିମାନ ହଠାତ୍ ତଳେ ଥିବା ଟ୍ରକ୍ ଉପରେ ପଡ଼ିଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ଉଭୟ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର କାରଣ ଖୋଜିବା ପାଇଁ FAA ଏବଂ NTSB ତଦନ୍ତ ଆରମ୍ଭ କରିଛନ୍ତି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଟେକ୍ସାସର ଟାରାଣ୍ଟ କାଉଣ୍ଟିର ଫୋର୍ଟ ୱର୍ଥର ହିକ୍ସ ଏୟାରଫିଲ୍ଡ ନିକଟରେ ଘଟିଥିବା ବିମାନ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛିଯେଉଁଥିରେ ବିମାନଟି ଖସି ପଡ଼ି ନିଆଁ ଲାଗିଯାଉଛି । ଗୋଟିଏ ଭିଡିଓରେ କଳା ଧୂଆଁର ଦେଖାଯାଉଛି। ଲୋକମାନେ ଦୁର୍ଘଟଣାର ଭିଡିଓ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫୋର୍ଟ ୱର୍ଥ ଅଗ୍ନିଶମ ବିଭାଗ ଅନୁଯାୟୀ, ଦୁର୍ଘଟଣା ପ୍ରାୟ ୧:୩୦ ସମୟରେ ଘଟିଥିଲା। ବିମାନଟି ଉତ୍ତର ସାଗିନାଉ ବୁଲେଭାର୍ଡର ୧୨୦୦୦ ବ୍ଲକ୍‌ରେ ଆଭୋଣ୍ଡେଲ ନିକଟରେ ପାର୍କିଂ କରାଯାଇଥିବା ଟ୍ରକ ଗୁଡ଼ିକୁ ଧକ୍କା ଦେଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ୧୮ ଚକିଆ ଯାନ ଏବଂ ଟ୍ରେଲର ଗୁଡ଼ିକରେ ନିଆଁ ଲାଗିଯାଇଥିଲାଯାହାକୁ ନିୟନ୍ତ୍ରଣ କରାଯାଇଛି ତଥାପି, ବିମାନ ଏବଂ ଟ୍ରକଗୁଡ଼ିକ ପାଉଁଶ ହୋଇଗଲା। ଏଥିରେ ଥିବା ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Fort Worth Fire Department confirms there has been a plane crash near Hicks Airfield, just off of Business 287 in Tarrant County. The crash happened in the 12000 block of N. Saginaw Blvd., near Avondale.

It is believed the small aircraft crashed into multiple semi-trucks,… pic.twitter.com/qkfZYqOj2G

ବହୁତ କଷ୍ଟରେ ନିଆଁ ଲିଭାଗଲା

ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଅନୁଯାୟୀ, ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଟ୍ରକ ଗୁଡ଼ିକରେ ଲାଗିଥିବା ନିଆଁ ଏତେ ତୀବ୍ର ଥିଲା ଯେ ଏହାକୁ ଲିଭାଇବାକୁ ବହୁତ ଚେଷ୍ଟା କରିବାକୁ ପଡିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲାଲୋକମାନେ ମୁହୂର୍ତ୍ତକ ମଧ୍ୟରେ ପଳାଇ ଯାଇଥିଲେ। ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ଅନୁଯାୟୀ, ଦୁର୍ଘଟଣାରେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇ ନାହିଁ। ଦୁର୍ଘଟଣାସ୍ଥଳଟି ଡଲାସ୍-ଫୋର୍ଟ ୱର୍ଥ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଫୋର୍ଟ ୱର୍ଥ ଆଲାଏନ୍ସ ବିମାନବନ୍ଦର ଏବଂ ଫୋର୍ଟ ୱର୍ଥ ମିଚାମ୍ ବିମାନବନ୍ଦର ମଧ୍ୟରେ ଅବସ୍ଥିତ।