ରାଜ୍ୟସଭା ନିର୍ବାଚନ ପାଇଁ ୩ ପ୍ରାର୍ଥୀ ଦେବ ବିଜେପି ! ୫ରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ

NEWS7
eight-people-dead-due-to-poisonous-wine

ଭୁବନେଶ୍ବର ୨।୩: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଦେବ ୩ ପ୍ରାର୍ଥୀ । ଏ ନେଇ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସୂଚନା ଦେଇଛନ୍ତି । ଯଦିଓ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇନି । ଖୁବଶୀଘ୍ର ଏ ବାବଦରେ ସଂସଦୀୟ କମିଟି ନିଷ୍ପତ୍ତି ନେବ । ୮୦ ବିଧାୟକଙ୍କ ଦସ୍ତଖତ ନିଆଜାଇଥିବା ସୂଚନା । ସେପଟେ ୫ ତାରିଖରେ ବିଜେପିର ୩ ପ୍ରାର୍ଥୀ ନାମାଙ୍କନ ଭରିବେ । ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ । ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ଖବର ବି ପଢ଼ନ୍ତୁ:- ହୋଲିରେ କଟକ ଜଗିବେ ୨୦ପ୍ଲାଟୁନ ଫୋର୍ସ, ନଦୀରେ ବୋଟ୍ ପାଟ୍ରୋଲିଂ ସହ ଘାଟରେ ମୁତୟନ ହେବେ ଅଗ୍ନିଶମ କର୍ମଚାରୀ

ସେପଟେ, ବିଜେପି ପକ୍ଷରୁ ନାମାଙ୍କନ ପତ୍ର ନିଆଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ନାମାଙ୍କନ ପତ୍ର ନେଇଛି ଭାରତୀୟ ଜନତା ପାର୍ଟି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଜେ ଯାଇ ନିର୍ବାଚନ କମିଶନଙ୍କ ଅଫିସରୁ ଫର୍ମ ଆଣିଛନ୍ତି । ତାଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ । ପୂର୍ବରୁ ବିଜେଡି ଓ କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଇଥିବା ବେଳେ ସୋମବାର ଦିନ ବିଜେପି ୧୬ ସେ ଫର୍ମ ନେଇଛି ।

​​​​​​​ଏ ଖବର ବି ପଢ଼ନ୍ତୁ:- ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ୍ : ଧରାପଡ଼ିଲେ ୪ ଓ ଖସିଗଲେ ୨ ଅପରାଧୀ, କିଲୋରୁ ଅଧିକ ସୁନା-ରୂପା ଜବତ

ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଜୋର । କିଏ କେତେବେଳେ ପ୍ରାର୍ଥୀଙ୍କ ଚୟନ ନେଇ ବୟାନ ଦେଉଛି ତ ଆଉ କିଏ ସମର୍ଥନ ନେଇ ମତ ରଖୁଛି । ନିକଟରେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କଂଗ୍ରେସ ଏବଂ ବିଜେପି କାହାରି ନାଁ ଘୋଷଣା କରିନାହାନ୍ତି ।