LIVE TV

ମାଡ଼ିଆସୁଛି ବାତ୍ୟା ‘ମୋନ୍ଥା’, କାକିନାଡା ଠାରୁ ୩୧୦ କିମି ଦୂରରେ...

NEWS7
education-minister-visited-govt-school-of-delhi

ଭୁବନେଶ୍ୱର ୨୮।୧୦ : ବଙ୍ଗୋପସାଗରରେ ବାତ୍ୟା ମୋନ୍ଥା ଘଣ୍ଟା ପ୍ରତି ୧୭କିମି ବେଗରେ ଅଗ୍ରସର ହେଉଛି । ଏବେ ଏହା ମଛଲିପଟ୍ଟନମ ଠାରୁ ୨୩୦ କିମି, କାକିନାଡ଼ା ଠାରୁ ୩୧୦ କିମି ଏବଂ ଗୋପାଳପୁର ଠାରୁ ୫୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି l ଆଜି ଏହା ଭୀଷଣ ବାତ୍ୟାର ରୂପ ନେବା ସହ ଆଜି ରାଜି ସୁଦ୍ଧା ଆନ୍ଧ୍ର ପ୍ରଦେଶର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ତେବେ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର, ଝଟକା ପବନ ବେଗ ବା ଗଷ୍ଟିଙ୍ଗ୍ ଓ ୱିଣ୍ଡର ସ୍ପିଡ୍ ୧୧୦ କିଲୋମିଟର ରହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ସଂଧ୍ୟାରୁ ଆରମ୍ଭ ହୋଇପାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ରାତି ୧୦ଟା ପାଖାପାଖି ସ୍ଥଳଭାଗ ଛୁଇଁବ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ କରିବ । ଆସନ୍ତାକାଲି ଭୋର ସମୟରେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାର ଦେଇ ଓଡ଼ିଶାରେ ପଶିବ ବାତ୍ୟା । ସେତେବେଳକୁ ଏହାର ପ୍ରକୋପ ବହୁ ମାତ୍ରାରେ କମି ଯାଇଥିବ, ତଥାପି ୬୦ରୁ ୭୦ କିମି ବେଗରେ ପବନ ମାଡ଼ ହେବ। ମାଲକାନଗିରି ସହର ଦେଇ ବାତ୍ୟା ସିଧା ଛତିଶଗଡ଼ ମୁହାଁ ହେବ। ବାତ୍ୟା ପାଇଁ ୮ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଅଧିକ ପ୍ରଭାବିତ ହେବା ଆଶଙ୍କା ଅଛି। ଆସ୍ନତା ୨ଦିନ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ସମ୍ଭାବ୍ୟ ବାତ୍ୟା ମୋନ୍ ଥାକୁ ଦୃଷ୍ଟିରେ ରଖି ୮ ଜିଲ୍ଲାରେ ତିନି ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସେହିପରି ୩ ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି କରାଯାଇଛି ।