ଅଷ୍ଟ୍ରେଲିଆର ଟେଷ୍ଟ୍ ଏକାଦଶ : ଭାରତର ୪ ଖେଳାଳି ସାମିଲ, ଜୟସ୍ୱାଲ-ଜାଡେଜା ଆଉଟ୍

NEWS7
ed-joint-director-meets-khurania-discusses-money-laundering-case-against-arrested-dhalasamanta-brothers

ନୂଆଦିଲ୍ଲୀ, ୩୧/୧୨ : ୨୦୨୫ରେ ବିଶ୍ୱ କ୍ରିକେଟ ଟେଷ୍ଟରେ ଲେଖିଥିଲା ନୂଆ ଇତିହାସ । ପ୍ରଥର ଥର ପାଇଁ ଟେଷ୍ଟ୍ ଚାମ୍ପିଅନ୍ ହୋଇଥିଲା ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆକୁ ଲର୍ଡସ୍ ଗ୍ରାଉଣ୍ଡରେ ହରାଇଥିଲା ଟିମ୍ । ଏହାପରେ ଭାରତକୁ ଭାରତରେ ମାତ୍ ଦେଇଥିଲା ଟିମ୍ ତେମ୍ବା ବାଭୁମା । ଖାଲି ଏତିକି ନୁହେଁ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା ହାଇଭୋଲଟେଜ୍ ଟେଷ୍ଟ୍ ସିରିଜ୍ । ଯାହା ଡ୍ର ରହିଥିଲା । ସେହିପରି ଡିସେମ୍ବରରେ ଇଂଲଣ୍ଡକୁ ହରାଇ ଆସେସ୍ କବଜା କରିଛି ଅଷ୍ଟ୍ରେଲିଆ ।

ବର୍ଷ ସରିଲାଣି । ରାତି ପାହିଲେ ୨୦୨୬ । ଟେଷ୍ଟ୍ ଫର୍ମାଟରେ ଅନେକ କ୍ରିକେଟର ଦମଦାର୍ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ଟେଷ୍ଟ୍ ଏକାଦଶ ଘୋଷଣା କରିଛି । ଚଳିତ ବର୍ଷ କଙ୍ଗାରୁ ୧୧ଟି ମୁକାବିଲା ଖେଳିଛି । ଏଥିରୁ ୯ଟିରେ ଦଳ ବିଜୟୀ ହୋଇଛି ।

ତେବେ ଚୂଡାନ୍ତ ଟେଷ୍ଟ୍ ଏକାଦଶରେ ଅଷ୍ଟ୍ରେଲିଆର ୪ ଜଣ ଖେଳାଳି ରହିଛନ୍ତି । ଭାରତରୁ ମଧ୍ୟ ୪ ଜଣ ପ୍ଲେୟାର ରହିଛନ୍ତି । ରବୀନ୍ଦ୍ର ଜାଡେଜା କିନ୍ତୁ ଦ୍ୱାଦଶ ଖେଳାଳି ଭାବେ ଏଥିରେ ସାମିଲ ହୋଇଛନ୍ତି । ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରୁ ଦୁଇ ଜଣ ଲେଖାଐଁ ଖେଳାଳି ଅଛନ୍ତି ।

ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଶୁଭମନ ଗିଲ, କେଏଲ ରାହୁଲ ଏବଂ ଜସପ୍ରିତ ବୁମରାଙ୍କୁ ଟେଷ୍ଟ୍ ଟିମରେ ସାମିଲ କରାଯାଇଛି । ବେନ ଷ୍ଟୋକଙ୍କ ପାଇଁ ଜାଡେଜାଙ୍କୁ ଦ୍ୱାଦଶ ସ୍ଥାନରେ ରଖାଯାଇଛି । ଚଳିତ ବର୍ଷ ଗିଲ ୧୬ଟି ଇନିଂସରୁ ୯୮୩ ରନ୍ କରିଛନ୍ତି । ରାହୁଲ ୧୯ଟି ଇନିଂସ ଖେଳି ୮୧୩ ରନ୍ କରିଥିବା ବେଳେ ବୁମରା ୧୪ଟି ଇନିଂସରେ ୩୧ ଟି ଓ୍ୱିକେଟ୍ ନେଇଛନ୍ତି ।

କ୍ୟାପ୍ଟେନ୍ ଭାବେ ଟେଷ୍ଟ୍ ଏକାଦଶରେ ତେମ୍ବା ବାଭୁମା ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ସ୍ପିନର ସିମନ୍ ହାମରଙ୍କୁ ମଧ୍ୟ ଜାଗା ମିଳିଛି ।

ଟେଷ୍ଟ୍ ଏକାଦଶ

କେଏଲ ରାହୁଲ, ଟ୍ରାଭିସ୍ ହେଡ୍, ଜୋ ରୁଟ୍, ଶୁଭମନ ଗିଲ୍, ତେମ୍ବା ବାଭୁମା, ଆଲେକ୍ସ କେରୀ, ବେନ୍ ଷ୍ଟୋକସ, ମିଚେଲ ମାର୍ସ, ଜସପ୍ରିତ ବୁମରା, ସ୍କଟ୍ ବୋଲାଣ୍ଡ୍, ସିମନ ହାମର, ରବୀନ୍ଦ୍ର ଜାଡେଜା(ଦ୍ୱାଦଶ ଖେଳାଳି)