ବୈକାଲ ହ୍ରଦକୁ ଖସିପଡିଲା ବସ୍, ୮ ଚୀନ୍ ପର୍ଯ୍ୟଟକ ମୃତ

NEWS7
ed-interrogate-senior-leader-ahmad-patel-for-second-time

ମସ୍କୋ, ୨୨/୦୨ :ଋଷରେ ଜୀବନ ହାରିଲେ ଚୀନ ନାଗରିକ । ଚାଇନାର ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଛି । ଏହା ବୈକାଲ ହ୍ରହରେ ବରଫ ମଧ୍ୟରେ ଫସି ଯାଇଥିଲା । ଫଳରେ ୮ ଜଣ ପ୍ରାଣ ହରାଇଛନ୍ତି । ଇରକୁସ୍ତକ ଅଞ୍ଚଳର ଗଭର୍ଣ୍ଣର ଇଗୋର କୋବଜେବ୍ ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି ।

ଗୋବଜେବ୍ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଶୁକ୍ରବାର ଚୀନର କିଛି ପର୍ଯ୍ୟଟର ଋଷ ବୁଲି ଆସିଥିଲେ । ସେମାନେ ଏକ ବସରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ । ତେବେ ଲେକ ବୈକାଲ ଅତିକ୍ରମ କରୁଥିବା ବେଳେ ବସଟି ନିୟନ୍ତ୍ରଣ ହରାଇ ବରଫ ମଧ୍ୟକୁ ପସି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୮ ଜଣ ପ୍ରାଣ ହରାଇଛନ୍ତି । ବସ୍ ଚାଳକ ମଧ୍ୟ ଜୀବନ ହାରିଥିବା ସୂଚନା ମିଳିଛି । ଖବର ପାଇ ଜରୁରୀକାଳିନ ଟିମ୍ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

ଋଷ ଜରୁରିକାଳୀନ ମନ୍ତ୍ରାଳୟ କହିଛି ଯେ, ବସଟି ପାଣି ଉପରେ ଭାସୁଥିବା ବରଫ ଉପରେ ଖସି ପଡିଛି । ମାତ୍ର କିଛି ସେକେଣ୍ଡରେ ଏହା ବୁଡି ଯାଇଥିଲା । ଉଦ୍ଧାରକାର୍ଯ୍ୟ ପାଇଁ କ୍ୟାମେରା ବ୍ୟବହାର ହୋଇଥିଲା । ଯାହା ପାଣି ଭିତରେ ଫସି ରହିଥିବା ମୃତଦେହର ସନ୍ଧାନ କରିବାରେ ସକ୍ଷମ ହୋଇଥିଲା । ଜଳପତନଠୁ ପ୍ରାୟ ୧୮ ମିଟର ଭିତରୁ ବସକୁ ଉଦ୍ଧାର କରାଯାଇଛି । ଏହାସହ ୮ଟି ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇଛି ।

ଏତେ ବଡ ଦୁର୍ଘଟଣା ଘଟିଥିଲେ ବି ଜଣେ ପର୍ଯ୍ୟଟକ ବର୍ତ୍ତି ଯାଇଛନ୍ତି । ବସଟି ବୁଡିବା ବେଳେ ସେ ବାହାରକୁ ଆସିଯାଇଥିଲେ । ଅନ୍ୟ ଯାତ୍ରୀମାନେ କିନ୍ତୁ ଏହାରି ଭିତରେ ଫସି ଯାଇଥିଲେ ।