LIVE TV

ଧରମ ସରିଲା, ଏବେ ପେଟ ଚିନ୍ତା: ପାଟିର ଅରୁଚି ଛଡାଇବାକୁ ମାଛ, ମାଂସ ମାର୍କେଟରେ ଜମିଛି ଭିଡ

NEWS7
ed-attaches-rs-637-crore-worth-of-assets-of-nirav-modi-and-family-in-pnb-fraud-case

ଭୁବନେଶ୍ୱର ୦୭/୧୧: ଧରମ ସରିଲା । ଏବେ ପେଟ, ପାଟି ଚିନ୍ତା । ମାସେ ଯାକ ସୁଧା ସାକାହାରି ଖାଇ ପାଟି ଅରୁଚି ହୋଇଛି । ହେଲେ ଆଉ ନୁହେଁ, ଏବେ ଟିକେ ପାଟି ସୁଆଦିଆ ଦରକାର । ପାଟିରେ ଟିକେ ଆଇଁଷ ପାଣି ନ ବାଜିଲେ କେମିତ ହବ । ଦୀର୍ଘ ମାସକ ପରେ ପାଟିରେ ମାଛ ମାଉଁସ ନ ବାଜିଲେ ହବନି । ସେଥିପାଇଁ ସକାଳୁ ସକାଳୁ ଲାଗିଛି ଗହଳି ଚହଳି ।

ଆଜି ପ୍ରତିଟି ଓଡ଼ିଆଙ୍କ ଘରେ ଭଲ ଜବର ରଷେଇ ପାଇଁ ପ୍ରସ୍ତୁତି ଚାଲିଛି । କାରଣ କାଲି ଛାଡଖାିଇ ଥିଲେ ବି ଥିଲା ମାର୍ଗଶୀର ଗୁରୁବାର । ଘରେ ଆମିଷ ପଶି ପାରିନଥିଲା । ମଝିରେ ଗୁରୁବାର ପଶି ବିଭ୍ରାଟ କରିଥିଲା । ହେଲେ ଆଜି କିନ୍ତୁ ବାରଟି ପଡ଼ିଛି ଛାଡିବେ କେମିତି । ଆଜି ପାଳନ କରାଯାଉଛି ଅସଲ ଛାଡ଼ଖାଇ । ପୂନେଇଁ ପରଦିନ ଠୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଥିଲା । ଆମିଷ ଦୋକାନୀଙ୍କୁ ବି ଫୁରସତ୍‌ ନାହିଁ ।

ଭୁବନେଶ୍ୱର-କଟକ ମାଛ ଓ ମାଂସ ବଜାରରେ ସକାଳୁ ପାଦ ପକାଇବାକୁ ଜାଗା ନାହିଁ । ମାଛ ବଜାରରେ ରୋହି, ମିରକାଳୀ,ଖଅଙ୍ଗା ,ଭାକୁଡ଼,ଖୁରାଣ୍ଟ ଜଗର ଓ ଚିଙ୍ଗୁଡ଼ି ସହ ବିଭିନ୍ନ ରକମର ମାଛ ଦେଖିବାକୁ ମିଳିଛି । ହେଲେ ମାର୍କେଟରେ ଆମିଷର ଦାମ ବି କମ୍ ନାହିଁ । ଯେତେ ବଡ଼, ଦାମ୍‌ ସେତେ ଉଚ୍ଚ । ତଥାପି କିଣିବାକୁ ପ୍ରବଳ ଭିଡ଼ । ରେଟ୍ ଯେତେ ଉଚ୍ଚା ଥାଉ କିନ୍ତୁ କିଣାହେବ । କୌଣସି ଆମିଷ ଦର ୧୦୦ ତଳକୁ ନାହିଁ । ତଥାପି ଭୁବନେଶ୍ୱର ମାଛ ମାର୍କେଟରେ ଆମିଷ ଦର ଶୁଣିଲେ ଆପଣ ତାଜୁବ ହେବେ । ଭୁବନେଶ୍ୱର ୪ ନମ୍ୱର ମାଛ ମାର୍କେଟର ଦର ଥିଲା କିଛି ଏମିତି.....

​​​​​​​
ସେପଟେ ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିଛି । ୧ ମାସ ଧରି ଲୋକେ ଆମିଷ ଖାଇ ନ ଥିବାରୁ ମଟନ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାକୁ ନଜରରେ ରଖି ମଟନ ବ୍ୟବସାୟୀମାନେ ଆଗୁଆ ଖାସି ଆଣି ଷ୍ଟକୟାର୍ଡରେ ରଖିଥିଲେ । ସେହିପରି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି , କଙ୍କଡ଼ା ଆଦି ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି ।