LIVE TV

ଗୋଟିଏ ପରିବାରର ତିନି ଜଣଙ୍କୁ ଆକ୍ରମଣ, ସମସ୍ତଙ୍କୁ MKCG ମେଡିକାଲରେ ଭର୍ତ୍ତି

NEWS7
earthquake-with-magnitude-of-3-7-on-richter-scale-in-arunachal-pradesh

ଖଲ୍ଲିକୋଟ ୨୧।୧୦ : ଗଞ୍ଜାମ ଜିଲ୍ଲା ଆସିକା ଥାନା ନିରାଳ ଗାଁରେ ଅଘଟଣ । ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ସଂଘବଧ ଭାବେ ଆକ୍ରମଣ । ଯେଉଁଥିରେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ନିରାଳ ଗାଁରେ ଗୋଟିଏ ପରିବାର ତିନି ଜଣ ସଦସ୍ୟଙ୍କୁ ଆକ୍ରମଣ ହୋଇଛି । ଯେଉଁଥିରେ ବାପା-ପୁଅ ଏବଂ ଦାଦା ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ଯାଏଁ କିଏ ଓ କାହିଁକି ଆକ୍ରମଣ କରିଛି । ତାହା ଏବେ ଯାଏଁ ଜଣାପଡିନାହିଁ । ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।