୨୦୦ ଟଙ୍କାର ଜମିରୁ ମିଳିଲା ୫୦ ଲକ୍ଷର ହୀରା, ଭାଗ୍ୟ ଖୋଲିଦେଲା ଭଉଣୀ ବାହାଘର ପାଇଁ ଲିଜ୍ ପ୍ଲଟ୍

NEWS7
earthquake-shakes-bihar-5-4-magnitude-on-richter-scale

ନୂଆଦିଲ୍ଲୀ, ୧୨/୧୨:କଥାରେ ଅଛି ଭଗବାନ ଯେବେ ଦିଅନ୍ତି ହାତ ଖୋଲା କରି ଦିଅନ୍ତି । କେତେବେଳେ ବି କାହାର ଭାଗ୍ୟ ଖୋଲିପାରେ । ରାତାରାତି ଧନି ପାଲଟି ଯାଆନ୍ତି ବ୍ୟକ୍ତି । ଅନେକ ଗପ ଏବଂ କାହାଣୀରେ ଆମେ ଏକଥା ଶୁଣିଥାଉ । ତେବେ ବାସ୍ତବରେ ଘଟିଛି କିଛି ଏମିତି । ତାହା ପୁଣି ଆମ ଦେଶ ଭାରତରେ । ମଧ୍ୟପ୍ରଦେଶର ଦୁଇ ଜଣ ସାଙ୍ଗ ପାଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ହୀରା । ମାତ୍ର୨୦୦ଟଙ୍କାରେ ଲିଜରେ ନେଇଥିବା ଏକ ଜମିରୁ ସେମାନଙ୍କୁ୫୦ଲକ୍ଷ ଟଙ୍କା ମୂଲ୍ୟର ହୀରା ମିଳିଛି ।

ରିପୋର୍ଟ ଅନୁସାରେ, ସତିଶ ଖାତିକ୍ ଏବଂ ସାଜିଦ ମହମ୍ମଦ ନାମକ ଦୁଇ ସାଙ୍ଗ ରାଣିଗଞ୍ଜ ଅଞ୍ଚଳରେ ରୁହନ୍ତି । ସେମାନେ ମଧ୍ୟପ୍ରଦେଶର ପାନ୍ନାରେ ମାତ୍ର୪୦ସ୍କୋୟାର ମିଟରର ଏକ ଜମି ଲିଜରେ ନେଇଥିଲେ । ମାତ୍ର୨୦୦ଟଙ୍କା ଦେଇ ଦୁଇ ସାଙ୍ଗ ଜମି ଲିଜରେ ନେଇଥିଲେ । ତେବେ ଜମିରେ ଉଭୟ କିଛି ଖୋଳାଖୋଳି କରିବା ସମୟରେ ସେମାନଙ୍କୁ୧୫.୩୪କ୍ୟାରେଟର ଏକ ହୀରା ମିଳିଥିଲା । ଯାହାର ଦାମ୍ ପ୍ରାୟ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ପାନ୍ନା ହୀରା ଅଧିକାରୀଙ୍କ କହିବାନୁସାରେ, ସତିସ କ୍ରିଷ୍ଣା କଲ୍ୟାଣପୁର ଏରିଆରେ୩୬ରୁ୪୦ସ୍କୋୟାର ମିଟରର ଏକ ଜମି ଲିଜରେ ନେଇଥିଲେ । ଏତିପାଇଁ ସେ ମାତ୍ର୨୦୦ଟଙ୍କା ଡିପୋଜିଟ୍ କରିଥିଲେ । ମାତ୍ର ସପ୍ତାହ ତଳେ ସେମାନେ ଏହାକୁ ଲିଜରେ ନେଇ ଖୋଳାଖୋଳି କରିଥିଲେ । ଯାହାପରେ ତାଙ୍କ ଦୁର୍ଲଭ ପଥର ମିଳିଥିଲା ।

ସବୁଠାରୁ ବଡ କଥା ହେଉଛି ଯେ, ସତିଶ ନିଜ ଭଉଣୀଙ୍କ ବିବାହ ପାଇଁ ଜମିକୁ ଲିଜରେ ନେଇଥିଲେ । ତାଙ୍କର ଏକ ଫଦୋକାନ ଅଛି । ସେହିପରି ସାଜିଦଙ୍କ ସ୍ଥାନୀୟ ଅଞ୍ଚଳରେ ଏକ ଦୋକାନ ଅଛି । ସାଜିଦଙ୍କ ପରିବାର ଲୋକେ ଦୀର୍ଘ ଦିନ ହେବ ହୀରା ଖନନ କାର୍ଯ୍ୟରେ ସାମିଲ ଅଛନ୍ତି । କିନ୍ତୁ କେବେହେଳେ ସେମାନଙ୍କୁ ହୀରା ମିଳିନଥିଲା । ଏବେ ସେମାନଙ୍କୁ ଦାମୀ ପଥର ମିଳିବା ପରେ ଉଭୟଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।