ହେ ପ୍ରଭୁ ଏ କି ଦୁଃଖ...ଯାତ୍ରାରେ ଅଭିନୟ କରୁଥିଲେ ମା', ଚାଲିଗଲା ପୁଅ

NEWS7
earthquake-in-jharkhand-singhbhum

ଭୁବନେଶ୍ୱର ୨୯।୧୨ : ରଙ୍ଗମଞ୍ଚର ତମସା ଆଜି କାନ୍ଦୁଛନ୍ତି । ରିଲରେ ନୁହେଁ ରିଅଲରେ କାନ୍ଦୁଛନ୍ତି ତମସା ମିଶ୍ର । ମୁହଁରେ ନାହିଁ ମେକ୍ଅପ୍ର ଛାପ, ତଥାପି ଆଜି ତମସାଙ୍କ ଆଖିରୁ ବାହାରୁଛି ଲୁହ । ଇଶ୍ୱରଙ୍କ ଦ୍ୱାରା ରଚିତ ଏହି ନାଟକରେ ତାଙ୍କ ଅଭିନୟ ଏବେ ଆରମ୍ଭ ହୋଇଛି । ଆଗକୁ ଅଛି ରାସ୍ତା ଆହୁରି… । ଦିନେ ଯେଉଁ ପୁଅ ପାଇଁ ବଜାରରୁ ଫୁଲ କିଣି ଘରକୁ ଆଣିଥୁଲେ, ଆଜି ସେଇ ପୁଅର ଫଟୋକୁ ଫୁଲରେ ସଜେଇ ହୋଇଛି।

ତମସାଙ୍କର ଦେଢ ବର୍ଷର ପୁଅ ଆଦିଦେବ । ସ୍ନେହରେ ସମସ୍ତେ ତାକୁ ଡାକନ୍ତି ଧନ । ଛୋଟ ପିଲାଟି ବୋଲି ସମସ୍ତଙ୍କର ସେଥିଲା ଗେହ୍ଲା। ହେଲେ କିଏ ଜାଣିଥିଲା ଏମିତି ଅବେଳାରେ ସମସ୍ତଙ୍କ ଆଖିରୁ ଲୁହ ଦେଇ ଆରପାରିକୁ ଚାଲିଯିବ। ଫୁସ୍‌ଫୁସ୍‌ ଜନିତ ସଂକ୍ରମଣ ହେବାରୁ ଛୁଆଟିକୁ ଜ୍ୱର ହୋଇଥିଲା । ପରେ ତାକୁ ମେଡିକାଲରେ ଭର୍ତ୍ତି କରାଗଲା । ଆରମ୍ଭ ହେଲା ଚିକିତ୍ସା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଗଲା । ସମସ୍ତଙ୍କ ଆଶା ଥିଲା ସେ ଭଲ ହୋଇଯିବ, ହେଲେ ଭଲ ହେବା ପରିବର୍ତ୍ତେ ଦେହ ଅଧିକ ଖରାପ ହୋଇଥିଲା । ତିନି ଥର ଷ୍ଟ୍ରୋକ୍ ମାରିବା ପରେ ଦେହ ଆଉ ସମ୍ଭାଳିନଥିଲା ।  ମାଆ ତମସା ସକାଳେ ପୁଅକୁ ଦେଖି ଦେଇ ଚାଲିଗଲା ଯାତ୍ରା ପେଣ୍ଡାଲକୁ । ରାତିର ରଙ୍ଗୀନ ଆଲୁଅରେ କରିଚାଲିଲେ ଅଭିନୟ । ରାତି ବିତିଲା, ଆଉ ଆସିଲା ଶୁକ୍ରବାରର ସକାଳ । ସତେ ଯେମିତି ଶୁକ୍ରବାର ସକାଳ ତମସାଙ୍କ ପାଇଁ ଆଣିଦେଇଥିଲା ଦୁଃଖର ପାହାଡ଼ । ଆଇସିୟୁ ବେଡରେ ପୁଅକୁ ବନ୍ଧା ପକାଇ ତମସା ଫେରିଥିଲା ଯାତ୍ରାକୁ । ହେଲେ ଠକିଦେଲା ଆଦିଦେବ । ଆଉ ସବୁ ଦିନ ତମସାଙ୍କ ଆଖିରେ ଦେଇଗଲା ଲୁହ । ଯାହାକୁ ଝରିବା ପାଇଁ ଦରକାର ପଡୁନଥିଲା କୌଣସି ଗ୍ଲିସେରିନ୍ । ପୁଅକୁ ହରାଇ ହତବାକ ତମସା । ଫୁଲରେ ସଜ୍ଜିତ ପୁଅର ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ତମସା …