LIVE TV
LIVE TV

ଯୁବତୀଙ୍କୁ ଏସିଡ୍ ମାଡ ଘଟଣା : ଦୁଇ ଯୁବକଙ୍କୁ ଆଜୀବନ କାରାଦଣ୍ଡ

NEWS7
dutee-chand-wins-100m-gold-in-world-universiade-in-napoli

ଯାଜପୁର ୨୮।୧୧: ଯୁବତୀଙ୍କୁ ଏସିଡ ମାଡ ଘଟଣା ଦୁଇ ଯୁବକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଯାଜପୁର ଅତିରିକ୍ତ ଦୌରାଜଜ୍ । ଦୁଇ ଅଭିଯୁକ୍ତ ହେଲେ ସୌମ୍ୟ ରଞ୍ଜନ ସାମଲ ଓ ପ୍ରଶାନ୍ତ ରାୟ । ପୂର୍ବ ଶତ୍ରୁତା ଓ ଏକତରଫା ପ୍ରେମ କାରଣରୁ ଏହି ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ଏସିଡ୍ ମାଡ କରିଥିବା ତଦନ୍ତରୁ ଜଣାପଡିଥିଲା କହିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ଗ୍ରାମରେ ୨୦୧୪ ଜୁନ ୮ ତାରିଖରେ ଘଟିଥିଲା ଘଟଣା । ଘଟଣା ଘଟିବା ସମୟରେ ଯୁବତୀ ଜଣଙ୍କ ନାବାଳିକା ଥିବା ବେଳେ ତାଙ୍କ ଅଶ୍ଳୀଳ ଫଟୋ ଉଠାଇବା ସହ ପୂର୍ବ ଶତ୍ରୁତା କାରଣରୁ ପରିବାର ସହ କଳହ ହୋଇଥିଲା । ପରେ ଦୁଇ ଅଭିଯୁକ୍ତ ସୁଯୋଗ ଖୋଜି ଯୁବତୀଙ୍କୁ ଏସିଡ ମାଡ କରିଥିଲେ । ୧୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରଜଜ ବିଶେଶ୍ୱର ବିଶ୍ୱପ୍ରକାଶ ରାୟ ଉଭୟଙ୍କୁ ଆଜୀବନ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା କରିଥିବା ସାମ୍ବାଦିକ ସମ୍ମିଳନୀରେ ସରକାରୀ ଓକିଲ ଏବଂ ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି ।