LIVE TV

ଗୌହାଟୀ ଟେଷ୍ଟ୍ : ଦକ୍ଷିଣ ଆଫ୍ରିକାର ଦମଦାର ବ୍ୟାଟିଂ, ଭାରତ ଆଗରେ ବିଜୟ ଲକ୍ଷ୍ୟ ୫୪୯

NEWS7
dussehra-2021-do-these-work-on-this-occasion-there-will-be-no-shortage-of-money-throughout-the-year

ନୂଆଦିଲ୍ଲୀ, ୨୫/୧୧: ଗୌହାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ବଡ ବିଜୟ ଲକ୍ଷ୍ୟ ଦେଇଛି ଆଫ୍ରିକା ଟିମ୍ । ପ୍ରଥମ ଇନିଂସରେ ଭାରତ ୨୦୧ ରନରେ ଆତ୍ମ ସମର୍ପଣ କରିବା ପରେ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା ଟିମ୍ । ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ଦଳ ୨୬୦ ରନ୍ ସ୍କୋର କରିଛି । ଅର୍ଥାତ ଭାରତକୁ ଜିତିବାକୁ ହେଲେ ୫୪୯ ରନ୍ କରିବାକୁ ପଡିବ ।

ମୁକାବିକାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ୮୨ ରନରେ ଦଳର ପ୍ରଥମ ଓ୍ୱିକେଟ୍ ଝଡିଥିଲା । ଏହାପରେ କ୍ରିଜକୁ ଆସିଥିଲେ ଷ୍ଟବସ୍ । ସେ ୪୯ ରନର ଇନିଂସ ଖେଳିଥିଲେ । ତାଙ୍କ ପରେ ଟେମ୍ବା ବାଭୁମାଙ୍କ ବ୍ୟାଟରୁ ମଧ୍ୟ କିଛି ଭଲ ସର୍ଟ ଦେଖିବାକୁ ମିଳିଥିଲା । କିନ୍ତୁ ସବୁଠାରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ମୁଥୁସାମୀ ଏବଂ ଜାନସେନ । ମୁଥୁସାମୀ ଶତକ କରି ୧୦୯ ରନର ଇନିଂସ ଖେଳିଥିଲେ । ଶେଷରେ ତାଙ୍କୁ ସାଥ୍ ଦେଇଥିଲେ ଜାନସେନ୍ । ବିସ୍ଫୋରକ ବ୍ୟାଟିଂ କରି ଜାନସେନ ବିସ୍ଫୋରକ ବ୍ୟାଟି କରି ୯୩ ରନର ପାଳି ଖେଳିଥିଲେ । ଫଳରେ ଦଳ ୪୮୯ ରନ୍ ସ୍କୋର୍ କରିବାରେ ସଫଳ ହୋଇଥିଲା ।

ଅନ୍ୟ ଦିଗରେ ଭାରତର ବୋଲିଂ ବିଭାଗ ମ୍ୟାଚରେ ସେତେଟା ପ୍ରଭାବି ନଥିଲା । ବୋଲରମାନେ ବ୍ରେକ୍ ଥ୍ରୁ ଦେବାରେ ବିଫଳ ହୋଇଥିଲେ । ଫଳରେ ଭ୍ରମଣକାରୀ ଦଳ ବଡ ସ୍କୋର କରିପାରିଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଦୁଇଟି ଓ୍ୱିକେଟ୍ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜସପ୍ରିତ ବୁମରାହ ଓ ମହମ୍ମଦ ସିରାଜ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

ତେବେ ପ୍ରଥମ ଇନିଂସରେ ଭାରତ ପାଇଁ ପଡିଆକୁ ଓହ୍ଲାଇଥିଲେ ଯଶସ୍ୱୀ ଜୟସ୍ୱାଲ ଏବଂ କେଏଲ ରାହୁଲ । କେଏଲ ରାହୁଲ ଭଲ ଷ୍ଟାର୍ଟ ଦେଇ ଶୀଘ୍ର ଆଉଟ ହୋଇଥିଲେ । ଏହାପରେ ଭଲ ସର୍ଟ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ ଯଶସ୍ୱୀ । ୫୮ ରନର ପାଳି ଖେଳି ସେ ମଧ୍ୟ ଆଉଟ୍ ହୋଇଥିଲେ । ତାଙ୍କ ପରେ ସାଇ ସୁଦର୍ଶନ ପ୍ୟାଭିଲିୟନ ଫେରିଥିଲେ । ସହିପରି ଧ୍ରୁବ ଜୁରେଲ ମଧ୍ୟ କିଛି କରିସ୍ମା ନକରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ବିପକ୍ଷ ଦଳର ବୋଲିଂକୁ ମୁକାବିଲା କରିପାରିନଥିଲେ । ପନ୍ତ ୭ ରନ୍ କରିଥିବା ବେଳେ ଜାଡେଜା ୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ନୀତିଶ କୁମାର ରେଡ୍ଡି ମଧ୍ୟ ସଅଳ ଆଉଟ ହୋଇଥିଲେ ।

ଅନ୍ୟ ଦିଗରେ କିନ୍ତୁ ଶେଷ ଆଡକୁ ଲଡିଥିଲେ ଓ୍ୱାସିଂଟନ ସୁନ୍ଦର । ତାଙ୍କୁ ସାଥ ଦେିଥିଲେ କୁଲଦୀପ ଯାଦବ । ଉଭୟେ କିଛି ସମୟ ଧରି ଦକ୍ଷିଣ ଆଫ୍ରିକା ବୋଲରଙ୍କ ମୁକାବିଲା କରିଥିଲେ । ଫଳରେ ଦଳର ଓ୍ୱିକେଟ ପତନରେ ବ୍ରେକ୍ ମିଳିଥିଲା । ଓ୍ୱାସିଂଟନ ସୁନ୍ଦର ୪୮, କୂଲଦୀପ ୟାଦବ ୧୯ ରନ୍ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଭାରତ ୨୦୧ ରନ୍ ସ୍କୋର୍ କରିପାରିଥିଲା ଏବଂ ପ୍ରଥମ ଇନିଂସରେ ଦଳ ୨୮୮ ରନରେ ପଛୁଆ ରହିଥିଲା । ଦେଖିବାକୁ ଗଲେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଅର୍ଡରକୁ ଧୂଳିସାତ କରିଦେଇଥିଲେ ଦକ୍ଷିଣ ଆଫ୍ରିକା ବୋଲର । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଘାତକ ସାବ୍ୟସ୍ତ ହୋଇଥିଲେ । ବ୍ୟାଟ୍ ସହ ବଲରେ ତାଙ୍କର କରିସ୍ମା ଦେଖିବାକୁ ମିଳିଛି । ସେ ୬ଟି ଓ୍ୱିକେଟ୍ ନେଇଥିବା ବେଳେ ସିମନ ହାମର ୩ଟି ଏବଂ କେଶବ ମହାରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଦମଦାର ଆରମ୍ଭ କରିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ଓପନର ଏଡେନ୍ ମାରକ୍ରମ୍ ଏବଂ ରିୟାନ ରିକେଲଟନ୍ ଭଲ ଷ୍ଟାର୍ଟ ଦେଇଥିଲେ । ଷ୍ଟବସ୍ ମଧ୍ୟ ଭଲ ବ୍ୟାଟିଂ କରି ହାଫ୍ ସେଞ୍ଚୁରୀ ହାସଲ କରିଥିଲେ । ଫଳରେ ଦଳ ୫୪୯ ରନର ବିଜୟ ଲକ୍ଷ୍ୟ ଠିଆ କରିପାରିଥିଲା । ଭାରତ ପକ୍ଷରୁ ଜାଡେଜା ତିନୋଟି ଏବଂ ଓ୍ୱାଶିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଏବେ ଭାରତକୁ ସିରିଜ୍ ବରାବର ରଖିବାକୁ ହେଲେ ମୁକାବିଲାରେ ବିଜୟ ହେବାକୁ ହେବ । ଡ୍ର ହେଲେ ଭାରତ ୧-୦ରେ ସିରିଜ୍ ହାରିଯିବ । ନିଜଜ ମାଟିରେ ଦଳ ଅନ୍ୟ ଏକ ଶୋଚନୀୟ ପରାଜୟର ସାମ୍ନା କରିବ ।