ଏହି ରାଜ୍ୟରେ ବାର୍ଡ ଫ୍ଲୁ' ଆତଙ୍କ : ୧୫୦୦ କାଉ ମରିବା ପରେ ପ୍ରଶାସନ ଆକ୍ଟିଭ୍, ଲ୍ୟାବ୍ ରିପୋର୍ଟ ବଢାଇଲା ଚିନ୍ତା

NEWS7
duskrama-abhijoga-in-rairangapur

ଚେନ୍ନାଇ, ୧୦|୦୨ : ସରିନି ଶୀତ । କିନ୍ତୁ ଦେଖାଗଲାଣି ପକ୍ଷୀ ମଡକ । ଦେଶର ବିଭିନ୍ନ ସ୍ଥାନରେ କୁକୁଡାଙ୍କୁ ବାର୍ଡ ଫ୍ଲୁ ନେଇ ଖବର ଆସିଛି । ତେବେ ତାମିଲନାଡୁରେ ଏହାର ପ୍ରକୋପ ଅଧିକ ରହିଛି । ଚେନ୍ନାଇରେ ୧୫୦୦ କାଉ ମଡକ ପରେ ବାର୍ଡ ଫ୍ଲୁ’କୁ ନେଇ ଆତଙ୍କ ଖେଳିଯାଇଛି ।

ରିପୋର୍ଟ ଅନୁସାରେ, ଚେନ୍ନାଇରେ ଗତ କିଛି ଦିନ ମଧ୍ୟରେ କାଉ ମଡକ ଦେଖିବାକୁ ମିଳିଥିଲା । ହଜାର ହଜାର କାଉଙ୍କ ମୃତ୍ୟୁ ପରେ ସରକାର ତତ୍ପରକା ପ୍ରକାଶ କରିଥିଲେ । ତେବେ କାଉଙ୍କ ନମୂନାକୁ ଲ୍ୟାବ୍ କୁ ପଠାଯାଇଥିଲା । ଲାବୋରାଟୋରୀ ପକ୍ଷରୁ ସେମାନଙ୍କ ଶରୀରରେ ଏଚ-୫ଏନ-୧ ଭାଇରସ ଠାବ ହୋଇଛି । ଯାହା ବାର୍ଡ ଫ୍ଲୁ’ ପାଇଁ ଦାୟୀ । ଫଳରେ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ରାଜ୍ୟର ବିଭିନ୍ନ ପାର୍ମରେ କୁକୁଡାଙ୍କୁ ସୁରକ୍ଷା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଅସୁସ୍ଥ କୁକୁଡାଙ୍କୁ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କିଛି ଜାଗାରେ କୁକୁଡା ମରା ଅଭିଯାନ ସାମ୍ନାକୁ ଆସିଛି । ଆହୁରି ମଧ୍ୟ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସକକାର ଜିଲ୍ଲାପାଳମାନଙ୍କୁ ନିଦ୍ଦେଶ ଦେଇଛନ୍ତି ।

ବାର୍ଡ ଫ୍ଲୁ’ ସାଧାରଣତଃ ପ୍ରଥମେ କାଉ ଏବଂ ଅନ୍ୟ ପକ୍ଷୀଙ୍କଠାରେ ଦେଖିବାକୁ ମିଳେ । ପରେ ଏହା କୁକୁଡାଙ୍କୁ ସଂକ୍ରମିତ କରିଥାଏ । ଏହା କିପରି ମଣିଷଙ୍କୁ ସଂକ୍ରମିତ ନକରିବ ସେନେଇ ମଧ୍ୟ ନଜର ରଖିବାକୁ ହୋଇଥାଏ ।

କେମିତି ବ୍ୟାପିଥାଏ ବାର୍ଡ ଫ୍ଲୁ

ବାର୍ଡ ଫ୍ଲୁ’ ହେଉଛି ଭୂତାଣୁ ଜନିତ ସଂକ୍ରମଣ । ଏହାକୁ ଆଭିଆନ୍ ଏନଫ୍ଲୁଏଞ୍ଜା ମଧ୍ୟ କୁହାଯାଏ । ଯାହା ଜଙ୍ଗଲି ପକ୍ଷୀଙ୍କ ଶରୀରରେ ବ୍ୟାପିଥାଏ । ଧିରେ ଧିରେ ଏହି ଫ୍ଲୁ ଗୃହପାଳିତ ପକ୍ଷୀଙ୍କୁ ସଂକ୍ରମିତ କରିଥାଏ । ବିଦେଶାଗତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା କାରଣରୁ ଦେଶୀୟ ପକ୍ଷୀ ବାର୍ଡ ଫ୍ଲୁ’ ବା ଏଚ-୫ଏନ-୧ ଭାଇରସର କବଳରେ ଆସିଯାଆନ୍ତି ।