ମହାରାଷ୍ଟ୍ର ନଗର ନିଗମ ନିର୍ବାଚନରେ ମନ୍ଥର ମତଦାନ, ବଢି ଚଢି଼ ଭୋଟ ଦେଉଛନ୍ତି ପୁରୁଷ, ମହିଳାଙ୍କ ସଂଖ୍ୟା କମ୍

NEWS7
duskarma-minor-boy-in-khurda

ମୁମ୍ବାଇ ୧୫।୧: ମହାରାଷ୍ଟ୍ରର ୨୯ ନଗରନିଗମରେ ଗୁରୁବାର ମତଦାନ ଜାରି ରହିଛି। ତେବେ ପ୍ରାରମ୍ଭରେ ଭୋଟ ଗ୍ରହଣ ଧିମା ଥିବା ଜଣାପଡିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଡାଟା ଅନୁଶାରେ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ୧୭.୪୧% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ମୁମ୍ବାଇରେ ପୂର୍ବାହ୍ନ ସାଢେ ୯ଟା ପର୍ଯ୍ୟନ୍ତ ମତଦାନ ପ୍ରତିଶତ ମାତ୍ର ୭.୧୨ ଥିଲା। ଏଥିରେ ୧୮ ନମ୍ବର ୱାର୍ଡରେ ସବୁଠୁ ଅଧିକ ୧୧.୫୭% ଭୋଟଦାନ ହୋଇଥିଲା। ଏହି ସମୟରେ ୧୬୨ ନମ୍ବର ୱାର୍ଡରେ ୧.୬୮% ମତଦାନ ହୋଇଥିବା ଦେଖାଯାଇଛି। ମୋଟ ୧,୦୩,୪୪,୩୧୫ ଭୋଟରଙ୍କ ମଧ୍ୟରୁ ୭,୩୬,୯୯୬ ଭୋଟର ମତଦାନ କରିଛନ୍ତି।

ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଯାହା ତାହା ହେଉଛି ପୁରୁଷମାନେ ମହିଳାଙ୍କ ତୁଳନାରେ ପାଖାପାଖି ୨ଗୁଣା ମତଦାନ କରିଛନ୍ତି। ଏଥିରେ ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) ନିର୍ବାଚନରେ ୪,୫୪,୫୩୯ ଜଣ ପୁରୁଷ ଭୋଟର ମତାଧିକାର ସାବ୍ୟସ୍ତ କରିଥିବା ବେଳେ ମହିଳାଙ୍କ ସଂଖ୍ୟା ୨,୮୨୪୩୩ ଥିଲା। ମହାରାଷ୍ଟ୍ର ମନ୍ତ୍ରୀ ଗଣେଶ ନାୟକ ଓ ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଭୋଟ ଦେଇଛନ୍ତି। ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ମତଦାନ ପରେ କହିଛନ୍ତି ଯେ ଉଚ୍ଚଆୟକାରୀ ବର୍ଗ ପ୍ରାୟତଃ ଅଭିଯୋଗ କରୁଛନ୍ତି ହେଲେ ଭୋଟ ଦେବାକୁ ଆସୁ ନାହାନ୍ତି।

ସୁଭାଷଚନ୍ଦ୍ର କହିଛନ୍ତି ଯେ ତାଙ୍କୁ ଭୋଟଦାନ କେନ୍ଦ୍ର ଖୋଜିବାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ତେବେ ଅଧିକାରୀମାନେ ତାଙ୍କୁ ଏଥିରେ ବେଶ ସହଯୋଗ କରିଛନ୍ତି। ସେ କହିଛନ୍ତି ଯେ ଭୋଟର ଲିଷ୍ଟରେ କିଛି ତ୍ରୁଟି ଥାଇପାରେ। ହେଲେ ସେଭଳି କୌଣସି ବଡ଼ ସମସ୍ୟାରେ ପଡି ନାହାନ୍ତି। ଶିବସେନା (ୟୁବିଟି) ନେତା ଆନନ୍ଦ ଦୁବେ ମଧ୍ୟ ନଗରନିଗମ ନିର୍ବାଚନ ଭୋଟ ଦେଇଛନ୍ତି ଓ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ କିଛି ବୈଷୟିକ ତ୍ରୁଟି ଉପୁଜିଥିବା କହିଛନ୍ତି। ତେବେ ଲୋକେ ଘରୁ ବାହାରକୁ ଗୋଡ କାଢି ଭୋଟ ଦେବାକୁ ଆସନ୍ତୁ ବୋଲି ସେ ଲୋକଙ୍କୁ ନିବେଦନ କରିଛନ୍ତି।