କୋଲାବ ଜଳଭଣ୍ଡାରରେ ଲୋକଙ୍କ ଗହଳି, ୨୦୨୫ର ଶେଷ ଦିନକୁ ଅଭୁଲା କରିବାକୁ ମନରେ ଉତ୍ସାହ

NEWS7
durghatana-in-anadapur

କୋରାପୁଟ: ବର୍ଷର ଶେଷ ସୂର୍ଯ୍ୟାସ୍ତ ସହ ବିଦାୟ ନେଇଛି ୨୦୨୫। ଏମିତିରେ ଅନେକ ୨୦୨୫ର ଶେଷ ଦିନଟିକୁ ସ୍ମତି ଭାବରେ ସାଇତି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। କେହି ଭୋଜି ଭାତରେ ଆସର କରୁଥିବାବେଳେ, କେହି ପୁଣି କୌଣସି ଦର୍ଶନୀୟ ସ୍ଥାନ ବା ଭଗବାନଙ୍କ ଦର୍ଶନ କରୁଛନ୍ତି।

ଏହିକ୍ରମରେ କୋରାପୁଟ କ୍ଲବ କୋଲାବ ଜଳଭଣ୍ଡାର ପଣ୍ଡି ଘାଟରେ ଦେଖିବାକୁ ମିଳିଥିଲା ଲୋକଙ୍କ ଗହଳି। ଚଳିତବର୍ଷର ଶେଷ ଦିନକୁ ସ୍ମୃତିରେ ସାଇତି ରଖିବା ସହ ଶେଷ ସୂର୍ଯ୍ୟାସ୍ତକୁ ସ୍ଥାନୀୟ ବାସିନ୍ଦା ସହ ପର୍ଯ୍ୟଟକଙ୍କ ଭିଡ଼ ଜମାଇଥିଲେ। ପଣ୍ଡି ଘାଟରେ କୋଲାବ ଜଳଭଣ୍ଡାରରେ ବର୍ଷର ଶେଷ ସନ୍ଧ୍ୟାରେ ନୌକାରେ ବୁଲି ଶେଷ ସୂର୍ଯ୍ୟାସ୍ତକୁ ଦେଖିବା ସହ ନିଜ ନିଜ କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରିଥିଲେ ଲୋକେ।

କୋରାପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏଠାରେ ଶେଷ ସୂର୍ଯ୍ୟାସ୍ତ ଅଭୁଲା ସ୍ମୃତି ହୋଇ ରହିଯିବ। ସୂର୍ଯ୍ୟାସ୍ତ ସହ ନୂତନ ବର୍ଷ ଆଗମନ ସହ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ନୁତନ ଆଶା ଓ ଉଦ୍ଦୀପନା ଆଣିଦେଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ୟଟକ।