LIVE TV

ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟ ବିଭାଗ, ନିର୍ଦ୍ଦେଶ ଅବମାନନା କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

NEWS7
durgabahini-and-matrushakti-establishment-day-arms-worship-festival-was-held

ଭୋଗରାଇ ୧୦: ଲଘୁଚାପ ପାଇଁ ପୁଣି ସତର୍କ ସୂଚନା । ଚଳିତ ବର୍ଷ ବାରମ୍ବାର ଲଘୁଚାପ ପାଇଁ ଭାଙ୍ଗିଗଲାଣି ମତ୍ସ୍ୟଜୀବୀଙ୍କ ମେରୁଦଣ୍ଡ । ଉଦୟପୁର ତାଳସାରୀ ରଣସିଂହପୁର କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟ ବିଭାଗ ।

ଅକ୍ଟୋବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ମନା କରାଯାଇଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ୨୫ ତାରିଖ ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା ସୂଚନା ଦେଇଛନ୍ତି । ଭୋଗରାଇ ବ୍ଲକ ଅଧୀନରେ ରହିଛି ୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର ।

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ପ୍ରବଳ ପବନ ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା ନେଇ ଉଦୟପୁର ତାଳସାରୀ ରଣସିଂହପୁର କୀର୍ତ୍ତିନିଆ ଆଦି ସ୍ଥାନରେ ମତ୍ସ୍ୟଜୀବୀ ମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ  ସଚେତନତା ଆରମ୍ଭ ହୋଇଛି । ପ୍ରବଳ ପବନରେ ଡଙ୍ଗାକୁ ଡଙ୍ଗା ବାଡ଼େଇ ହେବାର ସମ୍ଭାବନା ଥିବାବେଳେ ମାଛ ଧରା ଜାଲ ଓ ସମସ୍ତ ସାମଗ୍ରୀ ଡ଼ଙ୍ଗା ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ କୁହାଯାଇଛି । ଆଉ ଏହାକୁ କେହି ମତ୍ସ୍ୟଜୀବୀ ଅମାନନା କରି ଯଦି ସମୁଦ୍ରକୁ ଯାନ୍ତି ତେବେ ତାଙ୍କ ଉପରେ ମତ୍ସ୍ୟ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।