ମୃତ୍ୟୁ ଗୁଜବରେ କଫି ପିଉଥିବାର ଦେଖା ଗଲେ ନେତନ୍ୟାହୁ, ହାତ ଦେଖାଇ ଗଣାଇଲେ ଆଙ୍ଗୁଠି, ଦେଖନ୍ତୁ Video

NEWS7
durga-idol-immersion-ceremony-ends-in-twin-city

ଜେରୁଜେଲମ ୧୫।୩: ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ସୋସିଆଲ ମଡିଆରେ ଏକ ଖବର ସାରା ବିଶ୍ୱର ନିଦ ହଜେଇ ଦେଇଥିଲା। ଦାବି କରାଯାଇଥିଲା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଇରାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ତେବେ ନେତନ୍ୟାହୁ ଭିଡିଓ ଜାରି କରି ନା କେବଳ ଗୁଜବକୁ ଖଣ୍ଡନ କରିଛନ୍ତି ବରଂ ମଜାକିଆ ଢଙ୍ଗରେ ସେ ଜୀବିତ ଥିବାର ପ୍ରମାଣ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଜାରି ଭିଡିଓରେ ନେତନ୍ୟାହୁ କେଫେରେ ବସି ଶାନ୍ତିରେ କଫି ପିଉଥିବାର ଦେଖାଯାଉଛନ୍ତି।

କିଛି ୟୁଜର୍ସ ଦାବି କରିଥିଲେ ବେଞ୍ଜାମିନ ନେତନ୍ୟାହୁଙ୍କ ପିଛିଲା ଟିଭି ସମ୍ବୋଧନ ନକଲୀ ଥିଲା। ୟୁଜର୍ସ କହିଥିଲେ ଯେ ଏହି ଭିଡିଓକୁ ଏଆଇ ଦ୍ୱାରା ତିଆରି କରାଯାଇଛି। ପ୍ରମାଣ ସ୍ୱରୂପ ଏକ ଭିଡିଓ ଦେଖାଯାଇଥିଲା, ଯେଉଁଥିରେ ନେତନ୍ୟାହୁଙ୍କ ଗୋଟିଏ ହାତରେ ୬ଟି ଆଙ୍ଗୁଳି ଥିବା ଦେଖାଯାଇଛି। ନୂଆ ଭିଡିଓରେ ନେତନ୍ୟାହୁ କ୍ୟାମେରା ଆଗରେ ମୁଚକି ହସି ତାଙ୍କ ଦୁଇ ହାତକୁ ହଲାଇଛନ୍ତି। ଏଥିରେ ତାଙ୍କ ହାତରେ ୧୦ଟି ଆଙ୍ଗୁଳି ହିଁ ଅଛି। ସେ ଏଆଇ ଭିଡିଓ ଦାବିକୁ ଖଣ୍ଡନ କରି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।

ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବୟାନ ଜାରି କରି ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଖବରକୁ ‘ଫେକ୍ ନ୍ୟୁଜ୍’ କହିଥିଲା। କହିଥିଲା ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଓ ସୁରକ୍ଷା ବ୍ୟବସ୍ଥାର ଦେଖରେଖ କରୁଛନ୍ତି।