LIVE TV

ବିଧାୟକଙ୍କ କାର୍ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର, ପ୍ରତିବାଦରେ ରାସ୍ତା ଅବରୋଧ ଓ ଉତ୍ତେଜନା

NEWS7
duplicate-tobacco-manufacturing-unit-busted-in-bhadrak

ଉଦଳା: ବିଧାୟକଙ୍କ କାର୍ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର। ଦୁଇ ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି।ଉଭୟ ବାଇକରେ ଯାଉଥିବା ସମୟରେ ଧକ୍କା ଦେଇଛି ବିଧାୟକଙ୍କ କାର୍। ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଛି। ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାରେ। ସାରସକଣା ବିଧାୟକଙ୍କ ଗାଡ଼ି ବାଇକକୁ ଧକ୍କା ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମହିଳା ଓ ପୁରୁଷ ଜଣକ ସନ୍ଧ୍ୟାରେ କୌଣସି କାମରେ ବାଇକ ଯୋଗେ ଯାଉଥିବାବେଳେ, ଉଦଳା- ବାରିପଦା ରାଜ୍ୟ ରାଜପଥ ତେରମାଇଲ ଛକ ନିକଟରେ ଭାରସାମ୍ୟ ହରାଇ ସାରସକଣା ବିଧାୟକଙ୍କ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ବିଧାୟକଙ୍କ ଗାଡ଼ିଟି ନିକଟରେ ଥିବା ଏକ ଗଛରେ ମଧ୍ୟ ପିଟି ହୋଇଥିଲା ।

ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହେଉଛନ୍ତି ଟାଙ୍ଗଣା ଗ୍ରାମର ସୁକୁରୁ ସିଂ ଏବଂ ସନ୍ୟାସୀ ସିଂ । ସେମାନଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନୁମାନ କରାଯାଉଛି ପୁରୁଷ ଓ ମହିଳା ଦମ୍ପତ୍ତି ହୋଇଥାଇପାରନ୍ତି।

ସେପଟେ ଦୁର୍ଘଟଣା ପରେ ବିଧାୟକଙ୍କ ଡ୍ରାଇଭର ଗାଡ଼ରୁ ଚମ୍ପଟ ମାରିଥିବାବେଳେ, ଦୁର୍ଘଟଣା ସମୟରେ ଗାଡ଼ିରେ ବିଧାୟକ ଥିଲେ କି ନାହିଁ ? ତାହା ଜଣାପଡ଼ିନାହିଁ। ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି।