ଭଦ୍ରକରେ ବିଜେଡି ପାଳିଲା ପ୍ରତିଷ୍ଠା ଦିବସ, ପ୍ରତାପ ଦେବ କହିଲେ- ଏବେବି ରହିଛି ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଲୋକଙ୍କ ବିଶ୍ୱାସ

NEWS7
duplicate-ips-held-by-police-in-rourkela

ଭଦ୍ରକ: ବିଜେଡି ପାଳିଲା ୨୯ତମ ପ୍ରତିଷ୍ଠା ଦିବସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧୀନ ବନ୍ତ ଦିଗି ପଡ଼ିଆଠାରେ ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବିଜେଡି ପ୍ରତିଷ୍ଠା ଦିବସରେ ହଜାର ହଜାର ସଂଖ୍ୟକ ବିଜେଡି କର୍ମୀମାନେ ଯୋଗ ଦେଇଥିବାବେଳେ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପ୍ରତାପ କେଶରୀ ଦେବଙ୍କୁ ବିଜେଡିର ନେତୃତ୍ଵ ଓ କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ସ୍ଵାଗତ କରାଯାଇଥିଲା ।

ଏହି ଅବସରରେ ପ୍ରତାପ ଦେବ କହିଛନ୍ତି ଯେ, ଭଦ୍ରକ ଜିଲ୍ଲାରୁ ୪ ଅଧକ୍ଷ ଓ ଅଧ୍ୟକ୍ଷା ଦଳ ଛାଡିଛନ୍ତି ସତ। କିନ୍ତୁ ବନ୍ତରେ ସ୍ଥିତି ଅଲଗା। ବହୁ ସଂଖ୍ୟକ ଲୋକ ଆମ ସହ ଅଛନ୍ତି। ସାଧାରଣ ଲୋକେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା, ବିଶ୍ୱାସ ଓ ଭରସା ରଖିଛନ୍ତି। ସେହିଭଳି ସଞ୍ଜୀବ ମଲ୍ଲିକ କହିଛନ୍ତି ଯେ, ଆମ ଦଳ ଏବେ ବି ଶକ୍ତିଶାଳୀ ଅଛି। ଭଣ୍ଡାରିପୋଖରୀରେ ମଧ୍ୟ ବଡ଼ କାର୍ଯ୍ୟକ୍ରମ ହେବ। ଯେଉଁମାନେ ଦଳ ଛାଡ଼ିଛନ୍ତି ସେମାନଙ୍କୁ ଭୋଟର ଠିକ୍ ସମୟରେ ଜବାବ ଦେବେ।