ଦିପ୍ତୀ ଶର୍ମାଙ୍କ ବିଶ୍ୱ ରେକର୍ଡ, ଟି-୨୦ କ୍ରିକେଟ୍‌ରେ ହାସଲ କଲେ ବଡ଼ ଉପଲବ୍ଧି

NEWS7
due-to-heavy-rain-youth-drowned-at-drain

ମୁମ୍ବାଇ ୨୭।୧୨ : ଦିପ୍ତୀ ଶର୍ମାଙ୍କ ଆଉ ଏକ ରେକର୍ଡ । ଟି-୨୦ କ୍ରିକେଟ୍ର ହାସଲ କଲେ ଆଉ ଏକ ନୂଆ କୀର୍ତ୍ତିମାନ ।ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ଦିପ୍ତୀ ଶର୍ମା ଏହି ଉପଲବ୍ଧ ହାସଲ କରିଛନ୍ତି । ଦିପ୍ତୀ ଏବେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଓ୍ୱିକେଟ୍ ନେବାର ତାଲିକାରେ ନିଜ ନାଁକୁ ସାମିଲ କରିଛନ୍ତି । ଦିପ୍ତୀଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ମେଗନ୍ ସୁଟ୍ ମଧ୍ୟ ଯୁଗ୍ମ ଏହି ତାଲିକାରେ ରହିଛନ୍ତି । ଉଭୟ ୧୫୧ ଓ୍ୱିକେଟ୍ ନେଇଛନ୍ତି ।