କମ୍ବୋଡିଆ ସୀମାରେ ଥାଇଲାଣ୍ଡର ଗୁଳି ବର୍ଷା, ଏବେସୁଦ୍ଧା ମଲେଣି ୬ ନାଗରିକ

NEWS7
due-to-domestic-violence-minor-write-letter-to-president-for-will-to-die

ନୂଆଦିଲ୍ଲୀ, ୦୯/୧୨:କମ୍ବୋଡିଆ ଏବଂ ଥାଇଲାଣ୍ଡ ମଧ୍ୟରେ ଚରମ ସୀମାରେ ଉତ୍ତେଜନା । ଉଭୟ ଦେଶର ସୀମାରେ ସଙ୍ଘର୍ଷ ଘଟି ପ୍ରାଣ ହରାଇଲେନାଗରିକ । ଦେଢ ମାସର ନିରବତା ପରେ ଏବେ ଯୁଦ୍ଧ ପାଇଁ ସଜବାଜ ହେଲେଣି ଦୁଇ ଦେଶ ।

ସୂଚନାନୁସାରେ, ଥାଇଲାଣ୍ଡ କମ୍ବୋଡିଆ ଉପରେ ସୀମା ବିବାଦକୁ ନେଇ ବୋମା ବର୍ଷଣ କରିଛି । ରବିବାର ଥାଇଲାଣ୍ଡର ଆକ୍ରମଣରେ କମ୍ବୋଡିଆର ଜଣେ ଯବାନ ପ୍ରାଣ ହରାଇଥିଲେ । ମଙ୍ଗଳବାର ସାଧାରଣନାଗରିକଙ୍କ ଉପରେ ମଧ୍ୟ ଆକ୍ରମଣର ପ୍ରଭାବ ପଡିଛି । ଏବେସୁଦ୍ଧାଜଣ ପ୍ରାଣ ହରାଇଥିବା କୁହାଯାଉଛି । ଏନେଇ କମ୍ବୋଡିଆ ପ୍ରତିରକ୍ଷା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

କମ୍ବୋଡିଆ ମନ୍ତ୍ରୀ କହିଛନ୍ତି ଯେ, ଥାଇ ସେନା ବାନଟେ ଅଞ୍ଚଳରେ ମଧ୍ୟରାତ୍ରରେ ଗୁଳିମାଡ କରିଥିଲା । ଏଥିରେ ଦୁଇ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ସେମାନେ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା । ଏହିପରି ଜଣ ସାଧାରଣ ନାଗିରକ ଏବେସୁଦ୍ଧା ପ୍ରାଣ ହରାଇ ସାରିଲେଣି ।

ସୋମବାର ଥାଇ ସେନାର ମୁଖପାତ୍ର ମେଜର ଜେନେରାଲ ବିନ୍ଥାଇ ସୁବାରୀ ପ୍ରଥମେ ଯୁଦ୍ଧ ବାବଦରେ ସୂଚନା ଦେଇଥିଲେ। ଏହା ପୂର୍ବରୁ ଉଭୟ ଦେଶ ଅସ୍ତ୍ରବିରତିର ଉଲ୍ଲଙ୍ଘନ କରିଥିଲେ । କୁହାଯାଉଛି ଯେ, ଥାଇ ସେନା କମ୍ବୋଡିଆ ସୀମାରେ ଏଫ-୧୬ଯୁଦ୍ଧବିମାନକୁ ମୁତୟନ କରିଛି । ସେହିପରି ସୋମବାର ଓବୋନ୍ ରଚ୍ୟାଥାନୀ ଅଞ୍ଚଳର କିଛି ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ଥାଇଲାଣ୍ଡର ଜଣେ ଯବାନ ପ୍ରାଣ ହରାଇଥିଲେ। ଏହାସହ ଜଣ ଆହତ ହୋଇଥିଲେ। ସୋମବାର ଓବୋନ୍ ପ୍ରାନ୍ତର ୟୁଆନ୍ ଜିଲ୍ଲାରେ ପ୍ରଥମେ କମ୍ବୋଡିଆ ପକ୍ଷରୁ ଗୁଳିମାଡ ହୋଇଥିବା ଥାଇଲାଣ୍ଡ ଅଭିଯୋଗ କରିଥିଲା

ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ଜୁଲାଇ ମାସରେ ଦେଖାଦେଇଥିବା ସୀମା ବିବାଦ ଯୁଦ୍ଧରେ ବଦଳିଥିଲା । ଯାହାପରେ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମ୍ ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି କରିଥିଲେ । କ୍ୱାଲାଲମପୁରରେ ଗତ ଅକ୍ଟୋବରରେ ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ବୁଝାମଣା ହୋଇଥିଲା । ଯାହାର ସାକ୍ଷୀ ରହିଥିଲେ ନିଜେ ଟ୍ରମ୍ପ୍ ।କିନ୍ତୁଏହି ଅସ୍ତ୍ରିବରତି ଚୁକ୍ତି ଦୁଇ ମାସ ମଧ୍ୟ ଠିକସେ ଚାଲିପାରିନି ।