LIVE TV
LIVE TV

ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ଥିବା କଥା ଉଠୁଛି ତାର ତଦନ୍ତ ହେବା ଜରୁରୀ

NEWS7
due-to-coronavirus-you-are-unable-to-go-to-parlor-follow-these-tips-for-glowing-and-healthy-skin

ଭୁବନେଶ୍ବର ୨୭।୧୧: ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଆରୋପ ପ୍ରତ୍ୟାରୋକ ଲାଗିରହିଥିବା ବେଳେ ଓଡ଼ିଶା ସିନେମା କଳାକାର ସଙ୍ଘ ସାଧାରଣ ସମ୍ପାଦକ ଶ୍ରୀତମ ଦାସ ମୁହଁ ଖୋଲିଛନ୍ତି । ଶ୍ରୀତମ କହିଛନ୍ତି, ଓଡ଼ିଶାବାସୀ ହ୍ୟୁମାନଙ୍କ ମୃତ୍ୟୁର ସତ୍ୟାସତ୍ୟ ଜାଣିବାର ଆବଶ୍ୟକତା ରହିଛି । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ଥିବା କଥା ଉଠୁଛି ତାର ତଦନ୍ତ ହେବା ଜରୁରୀ । ଏନେଇ ଏକ କମିଟି ଗଠନ କରାଯାଉ । କମିଟିରେ ପୂର୍ବତନ ବିଚାରପତି, ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ରଖିଲେ ନିରପେକ୍ଷ ତଦନ୍ତ ହୋଇପାରିବ । ହ୍ୟୁମାନ ଜଣେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ । ତାଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପ୍ରଶଂସକ ଏବଂ ରାଜ୍ୟବାସୀ ।

ସେପଟେ ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ ପାଇଁ କଟକ ମଧୁପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ । ତାଙ୍କ ଏତଲାରେ କଣ୍ଠଶିଳ୍ପୀ ଅର୍ପିତା, ହ୍ୟୁମାନଙ୍କ ମ୍ୟାନେଜର ପ୍ରଶାନ୍ତ ଓ ଦିନେଶଙ୍କ ନାଁ ଉଲ୍ଲେଖ କରାଯାଇଥିଲା । ହ୍ୟୁମାନ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଥିଲେ ନିର୍ଦ୍ଦେଶକ ଜିତୁ ରାଉତ । ତାଙ୍କ ସହ ଅନ୍ୟ କଳାକାର ମାନେ ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜଣାପଡିଥିଲା ।

ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଅନୁରୋଧ କରିଥିଲେ । ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଓ ଘରେ ସେବା ଅବହେଳା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା । ଜିତୁ ରାଉତ ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ହ୍ୟୁମାନ ସାଗର ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହୋଇଛି । ତାଙ୍କ ମ୍ୟାନେଜର ଓ ପୁରା ଟିମ୍ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି ।